ଜୟପାଟଣା ଅଂଚଳରେ ଭାରତ ବନ୍ଦ ଶାନ୍ତିପୂର୍ଣ୍ଣ

ଜୟପାଟଣା, (ଶେଷଦେବ ବେହେରା) : ଜୟପାଟଣା ଅଂଚଳରେ ଅନୁସୂଚିତ ଜାତି ଓ ଜନ ଜାତି ଓ ବିଭିନ୍ନ ସହଯୋଗୀ ସଂଗଠନ ମାନଙ୍କ ଦ୍ୱାରା ୧୨ ଘଂଟିଆ ଭାରତ ବନ୍ଦ ଡାକରା ଶାନ୍ତିପୂର୍ଣ୍ଣ ଭାବରେ ସମ୍ପନ୍ନ ହୋଇଯାଇଛି । ଜୟପାଟଣା ସହରର ବିଭିନ୍ନ ବ୍ୟବସାୟିକ ପ୍ରତିଷ୍ଠାନ, ଦୈନିକ ବଜାର ସକାଳ ୬ଟାରୁ ବନ୍ଦ ରହିଥିବା ବେଳେ ସ୍ଥାନୀୟ ସ୍କୁଲ, କଲେଜ, ସରକାରୀ କାର୍ଯ୍ୟାଳୟ, ବେଙ୍କ୍‌ ପ୍ରତିଷ୍ଠାନ ଗୁଡ଼ିକ ମଧ୍ୟ ସମ୍ପୂର୍ଣ୍ଣ ବନ୍ଦ ରହିଥିଲା । ବନ୍ଦ ପାଳନକୁ ସମର୍ଥନ କରି ବାନେର, ମୁଖିଗୁଡ଼ା ଆଦି ଅଂଚଳରେ ମଧ୍ୟ ବନ୍ଦର ପ୍ରଭାବ ଦେଖିବାକୁ ମିଳିଥିଲା । ସାଂଗଠାନିକ କର୍ମକର୍ତ୍ତାମାନେ ବିଭିନ୍ନ ଛକରେ ବାଉଁଶ ଖୁଂଟ ପୋତି ରାସ୍ତା ଅବରୋଧ କରିବା ଯୋଗୁଁ ଗମନା ଗମନ ଓ ସାଧାରଣ ଜୀବନ ଯାତ୍ରା ସମ୍ପୂର୍ଣ୍ଣ ବ୍ୟାହତ ହୋଇଥିଲା । ଔଷଧ ଦୋକାନ ଓ ଡାକ୍ତରଖାନାକୁ ଛାଡିଦେଲେ ଅନ୍ୟ ସମସ୍ତ ପ୍ରତିଷ୍ଠାନ ବନ୍ଦ ଥିଲା । ଆଇନ ଶୃଙ୍ଖଳା ପରିସ୍ଥିତି ପାଇଁ ବ୍ୟାପକ ଭାବରେ ପୋଲିସ ମୁତୟନ କରାଯାଇଥିବା ଦେଖିବାକୁ ମିଳିଛି । ଆନ୍ଦୋଳନରେ ଗଙ୍ଗା ପାତ୍ର, ପ୍ରକାଶ ଡୁରିଆ, ପୁରୁଷୋତ୍ତମ ମାଝୀ, ରୁଦ୍ର ପାଣିଗ୍ରାହୀ, ଛାୟାକାନ୍ତ ବେଣୁ ପାଣି, ସହଦେବ ଡଙ୍ଗରି, ରଶ୍ମି ସୁନା, ମନୋଜ ପାତ୍ର, ଚନ୍ଦ୍ର ଶବର ପ୍ରମୁଖ ଭୂମିକା ନେଇଥିଲେ ।

Leave A Reply

Your email address will not be published.