ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିର ସହରରେ କେନ୍ଦ୍ର ସରକାରଙ୍କ କୃଷି ଆଇନ ବିରୋଧରେ ‘ଭାରତ ବନ୍ଦ’ର ବିଶେଷ ପ୍ରଭାବ ଦେଖାଯାଇଛି । ସହରର ଦୋକାନ ବଜାର ସଂପୂର୍ଣ୍ଣ ବନ୍ଦ ରହିଛି । ଚାରିଚକିଆ ଯାନବାହାନ ଯାତାୟାତ ଠପ୍ ହୋଇଯାଇଛି । କେବଳ ମୋଟର ସାଇକେଲରେ ଲୋକେ ଏପଟ ସେପଟ ହେଉଥିବା ଦେଖିବାକୁ ମିଳିଛି । କେବଳ ଔଷଧ ଦୋକାନଗୁଡ଼ିକ ଖୋଲା ରହିଥିବା ଦେଖିବାକୁ ମିଳିଛି । ବିଭିନ୍ନ ସ୍ଥାନରେ ବିକ୍ଷୋଭକାରୀମାନେ ପିକେଟିଂ କରିଥିବା ବେଳେ କେତେକ ସ୍ଥାନରେ ଟାୟାର୍ ଜାଳି ପ୍ରତିବାଦ ପ୍ରଦର୍ଶନ ହୋଇଛି । ଦୀର୍ଘ ଦିନ ପରେ ‘ବନ୍ଦ ପାଳନ’ ଅବସରରେ ସ୍ୱତଃ ସହର ବନ୍ଦ ହୋଇଥିବା କୁହାଯାଇଛି ।
Next Post