ପାଇକମାଲ ବିନ୍ଧ୍ୟବାସିନୀ ସ୍ନାତକ ମହା ବିଦ୍ୟାଳୟରେ ଆତ୍ମନିର୍ଭର ଭାରତ ସଂକଳ୍ପ ସମାରୋହ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବିନ୍ଧ୍ୟବାସିନୀ ସ୍ନାତକ ମହା ବିଦ୍ୟାଳୟ ପରିସରରେ “ଆତ୍ମ ନିର୍ଭର ଭାରତ” ଅଭିଯାନ ଅଧିନ ଏକ ଶପଥ ପାଠ ସମାରୋହ ପାଳିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଲୋହିତ କୁମାର ବାରିକ ସଭାପତିତ୍ୱ କରି ସଭାର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ । ସ୍ୱଦେଶୀ ଦ୍ରବ୍ୟ, ଭାଷା, ଜ୍ଞାନକୌଶଳର ପ୍ରସାର ସହିତ ସ୍ଥାନୀୟ ଉତ୍ପାଦନକୁ ପ୍ରୋତ୍ସାହନ ଦ୍ୱାରା ହିଁ ସମୃଦ୍ଧ ଭାରତ ଗଠନ ସମ୍ଭବ ବୋଲି କହିଥିଲେ । କାର୍ଯ୍ୟକ୍ରମ ପ୍ରାରମ୍ଭରେ ଅଧ୍ୟାପକ ପ୍ରଦୀପ୍ତ କୁମାର ସାହୁ ଅତିଥି ପରିଚୟ ପ୍ରଦାନ ସହିତ ସ୍ଵାଗତ କରିଥିଲେ । ଏକ ସମୃଦ୍ଧ ରାଷ୍ଟ୍ର ଗଠନରେ ସମସ୍ତେ ଅଂଶୀଦାର ହେବା ପାଇଁ ମହା ବିଦ୍ୟାଳୟର ସମସ୍ତ ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀ ଏବଂ ଶତାଧିକ ଛାତ୍ରଛାତ୍ରୀ ଏକ ସାମୂହିକ ଶପଥ ପାଠ କରିଥିଲେ । ସଭା ଶେଷରେ ଅଧ୍ୟାପକ ପ୍ରଦୀପ କୁମାର ଦେୱାନ ଧନ୍ୟବାଦ ଅର୍ପଣ କରିଥିଲେ । ଛାତ୍ରଛାତ୍ରୀଙ୍କ ଭିତରେ ଜାତୀୟ ଚେତନା ଜାଗ୍ରତ କରିବା ସହିତ ବିଶ୍ଵ ସ୍ତରରେ ଭାରତକୁ ଏକ ସମୃଦ୍ଧ ରାଷ୍ଟ୍ର ଗଠନରେ ତାଙ୍କର ଭୂମିକା ସଂପର୍କରେ ଆଲୋଚନା ହୋଇଥିଲା ।

Leave A Reply

Your email address will not be published.