ls

ଭାରସାମ୍ୟ ହରାଇ ଫ୍ଲାଏଓଭର ବ୍ରିଜ୍‌ରୁ ଖସିପଡିଲେ ଯୁବକ

sb

ଭୁବନେଶ୍ୱର, (ଶୁଶାନ୍ତ ସାହୁ) : ଜୟଦେବବିହାର ଫ୍ଲାଏଓଭର ବ୍ରିଜରେ ଯାଉଥିବା ଜଣେ ବାଇକ୍ ଚାଳକ ଭାରସାମ୍ୟ ହରାଇ ଗତକାଲି ପୂର୍ବାହ୍ନ ପ୍ରାୟ ୧୦ଟା ବେଳେ ତଳକୁ ଖସି ପଡ଼ିଥିବା ଜଣାପଡିଛି । ସୂଚନା ପାଇ ୧୦୮ ଆମ୍ବୁଲାନ୍ସ ଘଟଣାସ୍ଥଳରେ ପହଞ୍ଚି ଯୁବକଙ୍କୁ ଉଦ୍ଧାର କରି କ୍ୟାପିଟାଲ୍ ହସ୍ପିଟାଲରେ ଭର୍ତ୍ତି କରିଥିବା ଜଣାପଡିଛି । ତାଙ୍କ ମୁଣ୍ଡ ଓ ଗୋଡ଼ରେ ଗଭୀର ଆଘାତ ଲାଗିବା ଫଳରେ ସେ ଗୁରୁତର ଥିବା ଜଣାପଡ଼ିଛି । ଆହତ ଯୁବକ ଜଣକ କଟକ ଅଞ୍ଚଳର ଶାରଦା ପ୍ରସନ୍ନ ପରିଡ଼ା ବୋଲି ଜଣାପଡିଛି ।

pc pk
Leave A Reply

Your email address will not be published.