oum

ଭାରସାମ୍ୟ ହରାଇ ଦୁଇ ଟ୍ରକ୍‌ ମୁହାଁମୁହିିଁ

jsm

ରେଢ଼ାଖୋଲ : ଜାତୀୟ ରାଜପଥ-୫୫ର ବେଲଡିହି ଛକ ନିକଟରେ ଏକ ଦୁର୍ଘଟଣା ଘଟିଛି । ଏଠାରେ କଟକରୁ ସମ୍ବଲପୁର ଅଭିମୁଖେ ଆସୁଥିବା ଏକ ଟ୍ରକ୍‌ (ସିଜି-୦୪ଏଚଡବ୍ଲୁ ୪୦୧୭) ରାସ୍ତାକଡ଼ରେ ଠିଆ ହୋଇଥିବା ଅନ୍ୟ ଏକ ଟ୍ରକ୍‌କୁ ଧକ୍କା ଦେଇଥିଲା । ଆଜି ଭୋର୍‌ ସମୟରେ ସ୍ଥାନୀୟ ଅଞ୍ଚଳରେ ପ୍ରବଳ ବର୍ଷା ହେଉଥିବା ହେତୁ ଏହି ଦୁର୍ଘଟଣା ଘଟିଥିବା କୁହାଯାଉଛି । ତେବେ ଏହି ଦୁର୍ଘଟଣା ପରେ ଟ୍ରକ୍‌ରେ ଚାପି ହୋଇ ରହିଗଲେ ଜଣେ ଟ୍ରକ୍‌ର ହେଲପର ।ତେବେ ଡ୍ରାଇଭର ରାଜକୁମାର ସୁରକ୍ଷିତ ଥିବା ଜଣାପଡିଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଜାରି କରିଛି ।

Leave A Reply

Your email address will not be published.