
ବରଗଡ : ବରଗଡ ଜିଲ୍ଲା ଅଦାଲତର ପବ୍ଲିକ ପ୍ରୋସିକ୍ୟୁଟର (ପିପି)ଙ୍କ ବଦଳି ପରେ ଅତିରିକ୍ତ ପିପି ଥିବା ଆଡ଼ଭୋକେଟ ଅନୁପ ଶତପଥିଙ୍କୁ ଭାରପ୍ରାପ୍ତ ପିପି ଭାବେ ନିଯୁକ୍ତି ଦିଆଯାଇଛି । ଏନେଇ ପବ୍ଲିକ ପ୍ରୋସିକ୍ୟୁଟର ନିର୍ଦ୍ଦେଶାଳୟରୁ ପ୍ରକାଶିତ ବିଜ୍ଞପ୍ତି ଅନୁସାରେ ଅନୁପ ଶତପଥି ଦାୟିତ୍ୱ ନେଇଥିବା ଜଣାପଡିଛି । ପ୍ରକାଶ ଥାଉକି, ବରଗଡ଼ରେ କାର୍ଯ୍ୟରତ ପିପି ସଞ୍ଜୟ ପ୍ରଧାନଙ୍କୁ ପଦୋନ୍ନତି ମିଳିବା ପରେ ଅନୁପ ଶତପଥୀଙ୍କୁ କାମଚଳା ଦାୟିତ୍ୱ ଦିଆଯାଇଛି । ତେବେ ଏନେଇ ଓକିଲ ମହଲରେ ଖୁସି ଖେଳିଯାଇଛି । ସୂଚନାଯୋଗ୍ୟ ଯେ, ଅନୁପ ଶତପଥି ବର୍ତ୍ତମାନ ଜିଲ୍ଲା ଓକିଲ ସଂଘର କାର୍ଯ୍ୟକାରୀ କମିଟିର ସଦସ୍ୟ ଅଛନ୍ତି ।