ମନରେଗା ଯୋଜନାରେ ଦୁର୍ନୀତି ଥମୁ ନାହିଁ, ପାରିଶ୍ରମିକ ପାଇଁ ବ୍ଲକ ଅଫିସରେ ଭଙ୍ଗାରୁଚା କଲେ ଶ୍ରମିକ

  • ଲିଖିତ ପ୍ରତିଶୃତି ପରେ ଧାରଣାରୁ ଓହରିଲେ

ଖପ୍ରାଖୋଲ, (ଅଶୋକ ବାଗ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକରେ ମନରେଗା ଯୋଜନାରେ ଦୁର୍ନୀତି ଅଭିଯୋଗ ସବୁବେଳେ । ସେଠି ଯେତେ ଅଭିଯୋଗ ହେଉଥିଲେ ମଧ୍ୟ କୌଣସି କାର୍ଯ୍ୟନୁଷ୍ଠାନ ନ ନେଇ ପ୍ରଶାସନ ସବୁବେଳେ ଚୁପଥିବା ସର୍ଗିପାଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି । କହିବାକୁ ଗଲେ ଖପ୍ରାଖୋଲ ବ୍ଲକରେ ‘ମୋତେ ଯେତେ ମାଠିବୁ ମାଠ ମୁଁ ସେହି ଦରପୋଡ଼ା କାଠ’ ନୀତିରେ ଚାଲିଛି । ସୂଚନା ଅନୁସାରେ, ଖପ୍ରାଖୋଲ ବ୍ଲକ ମହରାପଦର ପଞ୍ଚାୟତ ସର୍ଗିପାଲି, ବାନ୍ଧନବାହାଲିର ଯଦୁମଣି ସେରାଫଙ୍କ ବ୍ୟକ୍ତିଗତ ଜମିରେ ମନରେଗା କାମ ହୋଇଥିଲା । ସେଥିରେ ୭୨ ଜଣ ଶ୍ରମିକ କାମ କରିଥିଲେ, କିନ୍ତୁ ୧୨୦ ଜଣଙ୍କ ନାଁରେ ଟଙ୍କା ପଡ଼ିଥିବା ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି । ବିନା ସୂଚନା ଫଳକରେ ଏହି କାମ କରାଯାଇଥିବା ବେଳେ ମହରାପଦର ସରପଞ୍ଚ ସୁମତି ପଧାନ ମନମୁଖୀ କାର୍ଯ୍ୟ କରୁଛନ୍ତି ବୋଲି ଗ୍ରାମବାସୀ କହିଛନ୍ତି । ଏହାର ପ୍ରତିବାଦରେ ଗତ ୨୬/୧୨/୨୦୨୨ରେ ଗ୍ରାମବାସୀମାନେ ଖପ୍ରାଖୋଲ ବିଡ଼ିଓ ରଶ୍ମିରଞ୍ଜନ ରାଉତଙ୍କୁ ଲିଖିତ ଅଭିଯୋଗ କରିଥିଲେ ମଧ୍ୟ କୌଣସି ତଦନ୍ତ ହୋଇନଥିବା ଜଣାପଡିଛି । ଯାହାକି ପଞ୍ଚାୟତର ଲୋକଙ୍କ ମନରେ ଅସନ୍ତୋଷ ପ୍ରକାଶ ପାଇଥିବା ଦେଖିବାକୁ ମିଳିଛି । ସେଥିପାଇଁ ସୋମବାର ମହରାପଦର ପଞ୍ଚାୟତର ପୁରୁଷ ଓ ମହିଳା ଶ୍ରମିକମାନେ ଖପ୍ରାଖୋଲ ପେଟ୍ରୋଲ ପମ୍ପ ଠାରୁ ଏକ ଶୋଭାଯାତ୍ରାରେ ବାହାରି ବ୍ଲକ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଯାଇଥିଲେ । ପରେ କାର୍ଯ୍ୟାଳୟର ମୁଖ୍ୟ ଗେଟ୍ ବନ୍ଦ ଥିବାରୁ ଗେଟ୍‌କୁ ଧକ୍କା ଦେଇ ବିଡ଼ିଓଙ୍କୁ ସାକ୍ଷାତ କରିବାକୁ ଯାଇଥିବା ବେଳେ ବିଡ଼ିଓ ଅଫିସରେ ଅନୁପସ୍ଥିତ ଥିଲେ । ବିଡ଼ିଓଙ୍କ ଅନୁପସ୍ଥିତି ଯୋଗୁଁ ଲୋକେ ଉତ୍‌କ୍ଷିପ୍ତ ହୋଇ ବିଡ଼ିଓଙ୍କ କାର୍ଯ୍ୟାଳୟରେ ଥିବା ଚୌକି, ଟିଭି, ଝରକାରେ ଲାଗିଥିବା କାଚ ଭଙ୍ଗାରୁଜା କରିଥିବା ସହିତ ଅଫିସରେ ଥିବା ଗୁରୁତ୍ୱପୂର୍ଣ୍ଣ କାଗଜ ପତ୍ର ଚିରି ଦେଇଥିବା ଜଣାଯାଇଛି । ଘଟଣା ସ୍ଥଳରେ ଖପ୍ରାଖୋଲ ପୋଲିସ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ସହ କାର୍ଯ୍ୟାଳୟ ବାହାରକୁ ଯିବାପାଇଁ ବୁଝାଇ ଥିଲେ । ପରେ ଲୋକମାନେ ବ୍ଲକ ସମ୍ମୁଖରେ ମେନ୍‌ ରୋଡ଼କୁ ଅବରୋଧ କରି ଧାରଣାରେ ରାତି ୧୦ଟା ପର୍ଯ୍ୟନ୍ତ ବସିଥିବା ଜଣାପଡିଛି । ଶ୍ରମିକଙ୍କୁ ପଚାରିବାରୁ ଯେତେବେଳ ପର୍ଯ୍ୟନ୍ତ ଆମକୁ କାମ କରିଥିବା ପାରିଶ୍ରମିକ ନ ମିଳିଛି ଆମେ ଧାରଣରୁ ଓହରିବୁ ନାହିଁ ବୋଲି କହିଥିଲେ । ପରେ ତାଙ୍କୁ ବିଡ଼ିଓ ଲିଖିତ ପ୍ରତିଶୃତି ଦେବାରୁ ସେମାନେ ନିଜ ନିଜ ଘରକୁ ଫେରିଯାଇଥିବା ଜଣାପଡିଛି ।
ଘଟଣା ସ୍ଥଳରେ ଏଡିସନାଲ କଲେକ୍ଟର କ୍ଷୀରୋଦ୍ର ସାହୁ, ଖପ୍ରାଖୋଲ ବିଡ଼ିଓ ରଶ୍ମି ରଞ୍ଜନ ରାଉତ,ଖପ୍ରାଖୋଲ ତହସିଲଦାର ଆଦିତ୍ୟ ପ୍ରସାଦ ମିଶ୍ର, ପାଟଣାଗଡ଼ ତହସିଲଦାର ଲଖଣ ମାଝୀ ସମେତ ଲାଠୋର ଥାନାଧିକାରୀ ଝସକେତନ ଭୋଇ, ଖପ୍ରାଖୋଲ ଥାନା ଅଧିକାରୀ ରମାକାନ୍ତ ସାହୁ ଏବଂ ବିପୁଳ ପରିମାଣ ରେ ପୋଲିସ ମୁତୟନ ଥିଲେ କ୍ଷ

Leave A Reply

Your email address will not be published.

error: Content is protected !!