om academy

ଭାଲୁ ଆକ୍ରମଣରେ ଜଣେ ଗୁରୁତର, ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି

jsm

କେନ୍ଦୁଝର : କେନ୍ଦୁଝର ଜିଲ୍ଲା ଖିରେଇଟାଙ୍ଗିରି ଗ୍ରାମର ସତ୍ୟାନନ୍ଦ ନାୟକ ପତ୍ର ଆଣିବାପାଇଁ ଗତକାଲି ଅପରାହ୍ନରେ ଜଙ୍ଗଲକୁ ଯାଇଥିଲେ । ମାତ୍ର ହଠାତ ଏକ ଜଙ୍ଗଲୀ ଭାଲୁ ହାବୁଡ଼ରେ ପଡିଯିବାରୁ ଭାଲୁଟି ତାଙ୍କୁ ଆକ୍ରମଣ କରିଥିଲା । ସେ ଗୁରୁତର ଅବସ୍ଥାରେ ଜଙ୍ଗଲରେ ପଡ଼ିଥିବା ଖବରପାଇ ଖିରେଇଟାଙ୍ଗିରି ମେଡିକାଲରେ ଭର୍ତି କରାଇଥିଲେ ମାତ୍ର ତାଙ୍କ ଅବସ୍ଥା ଗୁରୁତର ହେବାରୁ ୧୦୮ ଆମ୍ବୁଲାନସରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରି ଚିକିତ୍ସା କରାଯାଇଛି । ତାଙ୍କର ହାତ ଓ ଗୋଡ଼ରେ ଗଭୀର କ୍ଷତ ହୋଇଥିବା ଜଣାଯାଇଛି ।

Leave A Reply

Your email address will not be published.