ଭାଲୁ ଆକ୍ରମଣରେ ଜଣେ ଗୁରୁତର

ନୀଳଗିରି : କୁଳଡିହା ଜଙ୍ଗଳକୁ ଛତୁ ତୋଳିବା ପାଇଁ ଯାଇଥିବା ବେଳେ ଭାଲୁ ଆକ୍ରମଣର ଶିକାର ହୋଇ ଜଣେ ଯୁବକ ଗୁରୁତର । ସୂଚନାଗତ ଯେ, କୁଳଡିହା ଜଙ୍ଗଳ ସୀମାନ୍ତ ଔପଦା ବ୍ଲକ ଅଧିନ ହାତୀଖୁଲିଆ ଗ୍ରାମର କିଛି ଗ୍ରାମବାସୀ ଛତୁ ତୋଳିବାକୁ ଯାଇଥିଲେ । ବୁଦାଭିତରେ ଲୁଚିଥିବା ଏକ ଭାଲୁ ଆକ୍ରମଣ କରିଥିଲା । ଫଳରେ ବାୟାଧର ସିଂ (୨୬) ନାମକ ଯୁବକ ଭାଲୁ ହାବୁଡ଼ରେ ପଡି ଯାଇଥିଲେ । ଭାଲୁଟି ତାଙ୍କୁ ଆକ୍ରମଣ କରିବାରୁ ତାଙ୍କ ମୁଣ୍ଡରେ ଗଭୀର କ୍ଷତ ସୃଷ୍ଟି ହୋଇଛି । ରକ୍ତାକ୍ତ ହୋଇ ଗୁରୁତର ଭାବେ ତଳେ ପଡି ଛଟପଟ ହେଉଥିଲେ । ପରେ ଭାଲୁଟି ଆଉ ୧୦ ଜଣଙ୍କୁ ଆକ୍ରମଣ କରିବାକୁ ଗୋଡ଼ାଇଥିଲା । ସେମାନେ ଜୀବନ ବିକଳରେ ଗଛ ଉପରକୁ ଚଢି ଜୀବନ ବଞ୍ଚାଇଥିଲେ ଏବଂ ଗୁରୁତର ଯୁବକଙ୍କୁ ସୋର ହସ୍ପିଟାଲରେ ଭର୍ତ୍ତି କରିବା ପରେ ସ୍ୱାସ୍ଥ୍ୟ ଅବସ୍ଥା ସଙ୍କଟାପନ୍ନ ହେବାରୁ କଟକ ବଡ଼ ଡ଼ାକ୍ତରଖାନା ସ୍ଥାନାନ୍ତର ହୋଇଛି ।

Leave A Reply

Your email address will not be published.