ଭାଲୁ ସହ ଯୁବକ ମୁହାଁମୁହିଁ : ମରଣ ମୁଖରୁ ଅଳ୍ପକେ ବର୍ତ୍ତିଲେ ଯୁବକ

ବୌଦ୍ଧ, (କେପିଏନ୍‌ଏସ୍‌) : ମଣିଷ ସହ ନୁହେଁ ଜଙ୍ଗଲୀ ଭାଲୁ ସହ ମୁହାଁମୁହିଁ । ଦୀର୍ଘ ୧୫ରୁ ୨୦ ମିନିଟ୍‌ ପର୍ଯ୍ୟନ୍ତ ଚାଲିଥିଲା ସଂଘର୍ଷ । ମୃତ୍ୟୁ ମୁଖରୁ ବଞ୍ଚିବା ପାଇଁ ଚାଲିଥିଲା କସରତ । ସାହସିକତା ପାଇଁ ଆଜି ଭାଲୁ ମୁହଁରୁ ବର୍ତ୍ତି ଯାଇଛନ୍ତି ଯୁବକ । ସୂଚନା ଅନୁଯାୟୀ ବୌଦ୍ଧ ଜିଲ୍ଲା ହରଭଙ୍ଗା ଥାନା ଅନ୍ତର୍ଗତ କୁସଙ୍ଗ ବନ୍ୟ ପ୍ରାଣୀ ଅଞ୍ଚଳ ଅତଳସରା ଗ୍ରାମର ପଦ୍ମଚରଣ ନାୟକ ଆଜି ସକାଳୁ ନିଜ ବିଲକୁ ଚାଷ କାର୍ଯ୍ୟ ଦେଖିବା ପାଇଁ ଯାଇଥିଲେ । କିନ୍ତୁ ଜଙ୍ଗଲ ନିକଟରେ ତିନୋଟି ଭାଲୁ ଥିବା ଦେଖିଥିଲେ । ସେଠାରୁ ଜୀବନ ବଞ୍ଚାଇବା ପାଇଁ ଦୌଡ଼ି ପଳାଉଥିବା ସମୟରେ ଏକ ଭାଲୁ ପଛପଟୁ ଆକ୍ରମଣ କରିଥିଲା । ଉଭୟଙ୍କ ମଧ୍ୟରେ ବହୁ ସଂଘର୍ଷ ହୋଇଥିଲା । ଶେଷରେ ଏକ ପଥର ଦ୍ୱାରା ଆକ୍ରମଣ କରିବାରୁ ଭାଲୁ ଜଙ୍ଗଲକୁ ଦୌଡ଼ି ପଳାଇଥିଲା । ଯୁବକ ଜଣଙ୍କ ଗୋଡ଼ ଆଉ ହାତରେ ଗଭୀର ଆଘାତ ଲାଗିଥିବା ବେଳେ ତାଙ୍କୁ ନିକଟସ୍ଥ ମେଡିକାଲ ହରଭଙ୍ଗା ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ କିନ୍ତୁ ସେଠାରେ ଭାଲୁ କାମୁଡା ଟୀକା ନଥିବାରୁ ବୌଦ୍ଧ ସଦର ବଡ଼ ମେଡିକାଲକୁ ସ୍ଥାନନ୍ତରିତ କରାଯାଇଥିବା ଜଣାପଡ଼ିଛି । ତୁରନ୍ତ ଗୁରୁତର ବ୍ୟକ୍ତିଙ୍କୁ ବନବିଭାଗ ପକ୍ଷରୁ ସରକାରୀ ସହାୟତା ଯୋଗାଇଦେବାକୁ ଦାବି ହେଉଥିବା ବେଳେ ଯୁବକଙ୍କ ସାହାସିକତାକୁ ନେଇ ଅଞ୍ଚଳରେ ଚର୍ଚ୍ଚା ହେଉଛି ।

Leave A Reply

Your email address will not be published.