ଘୁନସର ଭଲିବଲ ଚମ୍ପିୟାନ କ୍ଲବ ଅନୁକଲ୍ୟରେ ଭଲିବଲ ପ୍ରତିଯୋଗିତା ଉଦ୍‌ଯାପିତ

ସଇ‌ନ୍ତଁଳା, (ଅଜିତ୍‌ କୁମାର ସାହୁ) : ଘୁନସର ଭଲିବଲ ଚମ୍ପିୟାନ କ୍ଲବ ଅନୁକଲ୍ୟରେ ଘୁନସର ବନାବିଜାର ଖେଳ ପଡିଆ ନିକଟସ୍ଥ ଭଲିବଲ ପଡିଆରେ ଭଳିବଲ ପ୍ରତିଯୋଗିତା ଉଦଯାପିତ ହୋଇଯାଇଛି । ପଲସାଗୋରା (ବୌଦ୍ଧ) ଓ ବଲାଙ୍ଗୀର ଦଳ ମଧ୍ୟରେ ଫାଇନାଲ୍ ମ୍ୟାଚ ଅନୁଷ୍ଠିତ ହୋଇଥିଲା । ଏହି ସଂଘର୍ଷ ପୁର୍ଣ୍ଣ ଫାଇନାଲ ମ୍ୟାଚରେ ବଲାଙ୍ଗୀର ଦଳରୁ ପଲସାଗୋରା ଦଳକୁ ବେଷ୍ଟ ଅଫ ଥ୍ରୀ ସେଟରୁ ପ୍ରଥମ ଦୁଇଟି ସେଟକୁ ଯଥା ( ୨୫-୨୧ ଓ ୨୫-୧୯) ପଏଣ୍ଟରେ ଜିତି ଚମ୍ପିୟାନ ହେଇଥିଲେ । ଉକ୍ତ ମ୍ୟାଚରେ ଘୁନସର ଗ୍ରାମ ପଞ୍ଚାୟତ ସରପଞ୍ଚ ଶ୍ରୀମତୀ ଦ୍ରୋପଦି ବେହେରା ମୁଖ୍ୟ ଅତିଥି ଭାବରେ ଯୋଗଦାନ ଦେଇ ଚମ୍ପିୟାନ ଦଳକୁ ଟ୍ରଫି ସହିତ ପୁରସ୍କାର ରାଶି ପ୍ରଦାନ କରିଥିଲେ । ଉକ୍ତ ପ୍ରତିଯୋଗିତାରେ ଶ୍ରୀ ରୋଶନ କୁମ୍ଭାର ପ୍ରଦୀପ ପ୍ରଜ୍ବଳନ କରି ଉଦଘାଟନ କରିଥିଲେ । ଏହି ପ୍ରତିଯୋଗିତାରେ ଶ୍ରୀ କଂସାରୀ ନାଏକ, କିଶୋର ନାଏକ, ଭାନୁଶଙ୍କର ବାଗ, ସରୋଜ ମିଶ୍ର, ସୁରେଶ ମିଶ୍ର, ମନୋରଞ୍ଜନ ନାଗ, କୈଳାସ ବେହେରା, ସନ୍ତୋଷ ବେହେରା ସମ୍ମାନିତ ଅତିଥି ଭାବେ ଯୋଗଦାନ ଦେଇଥିଲେ । ବେଷ୍ଟ ସ୍ମାସର ଭାବେ ବଲାଙ୍ଗୀର ଦଳର ଶିବୁ ଅଗ୍ରୱାଲଙ୍କୁ ତଥା ବେଷ୍ଟ ଡିଫେନ୍ସ ଭାବେ ପ୍ରିନ୍ସ ଅଗ୍ରୱାଲଙ୍କୁ ପୁରସ୍କୃତ କରାଯାଇଥିଲା । ଶ୍ରୀ ଏଏମ ଖରସେଲ, ପରୀକ୍ଷିତ ଖରସେଲ ଓ ଦିପୁନ ବିଶ୍ୱାଳ ଖେଳ ପରିଚାଳନା ଦାୟିତ୍ବ ତୁଲାଇଥିଲେ । ସ୍ୱାଗତ କୁମାର ନାଏକ ଓ ଦିଲଖୁସ ନାଗ ଖେଳର ଧାରା ବିବରଣୀ ପ୍ରଦାନ କରିଥିଲେ । ଲାଇନ ଜଜ ଭାବେ ଆକାଶ ନନ୍ଦ, ପ୍ରମୋଦ କୁମ୍ଭାର, ଡିକି କୁମ୍ଭାର ଓ ସିଦ୍ଧୁ ରଣା ଦାୟିତ୍ୱ ତୁଲାଇଥିଲେ । ସ୍କୋର ଟେବୁଲ ପାଇଁ ସୁଶାନ୍ତ ସାହୁ, ସାହିଲ କୁମ୍ଭାର ଓ ବବୁଲ କୁମ୍ଭାର କାର୍ୟ୍ୟ ସମ୍ପାଦନ କରିଥିଲେ । ରଞ୍ଜିତ, ଦିଲୁ, ଚାନ୍ଦ, ଅମୁ, ମିଥୁନ, ସୋନୁ, ସାହିଦ, ଟିଙ୍କୁ, ବିକି ପ୍ରମୁଖ ପ୍ରତିଯୋଗିତା ପରିଚାଳନାରେ ସହଯୋଗ କରିଥିଲେ । ଚମ୍ପିୟାନ କ୍ଲବର ସମ୍ପାଦକ ଶିବା କୁମ୍ଭାର ପରିଶେଷରେ ଧନ୍ୟବାଦ ଜ୍ଞାପନ କରିଥିଲେ।

Leave A Reply

Your email address will not be published.