ଶୌଚ ପାଇଁ ଯିବାବେଳେ ଭାଲୁ ଆକ୍ରମଣରେ ଜଣେ ମୃତ

ନବରଙ୍ଗପୁର : ଶୌଚ ପାଇଁ ଯିବାବେଳେ ଭାଲୁ ଆକ୍ରମଣରେ ଜଣେକ ମୃତ୍ୟୁ ହୋଇଥିବା ଜଣାପଡିଛି । ତାଙ୍କ ନାଁ ବ୍ରିଜେଶ ଦ୍ଵିବେଦୀ ।

ନବରଙ୍ଗପୁର ଵ୍ଳକ ଭତରାସିଉନି ପଞ୍ଚାୟତ ଦେଇ ଯାଇଥିବା ଭାରତମାଳା ପ୍ରକଳ୍ପର ରାୟପୁର-ବିଶାଖାପାଟଣମ ନିର୍ମାଣଧିନ ଜାତୀୟ ରାଜପଥରେ ପେଟି ଠିକାଦାର ଭାବେ ନିୟୋଜିତ ଥିଲେ । ରାସ୍ତା ପାର୍ଶ୍ଵରେ ଠିକା କ୍ୟାମ୍ପରେ ଶ୍ରମିକଙ୍କ ସହ ରହୁଥିଲେ । ଆଜି ଭୋରୁ ଶୌଚ ପାଇଁ ଯିବାକୁ ବାହାରିଥିବା ବେଳେ ଭାଲୁ ହାବୁଡ଼ରେ ପଡ଼ିଥିଲେ । ଏଭଳି କି ଭାଲୁ କବଳରୁ ମୁକୁଳିବା ପାଇଁ ଭାଲୁ ସହ ଦୀର୍ଘ ସମୟ ଧରି ଲଢେ଼ଇ କରିଥିଲା ।

ଶ୍ରମିକ ଓ ଗାଁ ଲୋକ ଭାଲୁକୁ ଘଉଡେଇଵା ପାଇଁ ଉଦ୍ୟମ କରିଥିଲେ। କିନ୍ତୁ କୌଣସି ସୁଫଳ ମିଳିନଥିଲା ଜଙ୍ଗଲି ଭାଲୁ ଶୀକାର ରେ ଠିକାଦାର ଜଣକ ଘଟଣା ସ୍ଥଳରେ ମୃତ୍ୟୁ ହୋଇଛି । ଘଟଣା ସ୍ଥଳରେ ବନବିଭାଗ କର୍ମଚାରୀ ଓ ପୋଲିସ ପହଞ୍ଚି ଶବ ଜବତ କରି ତଦନ୍ତ ଆରମ୍ଭ କରିଛନ୍ତି ।

Leave A Reply

Your email address will not be published.

error: Content is protected !!