oom

ଜିଲ୍ଲା ଭାଜପାର ପ୍ରତିନିଧି ଏସ୍‌ପିଙ୍କୁ ଭେଟିଲେ

jsmm

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ଜିଲ୍ଲା ଭାରତୀୟ ଜନତା ପାର୍ଟିର ଏକ ପ୍ରତନିଧି ଦଳ ଗତକାଲି ଏସ୍‌ପି ପର୍ମାର ସ୍ମିତ ପୁରୁଷୋତ୍ତମ ଦାଶଙ୍କୁ ଭେଟି ବରଗଡ଼ ଜିଲ୍ଲାର ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ପରିସ୍ଥିତି ଉପରେ ଏକ ଦାବୀ ପତ୍ର ଦେବା ସହ ଏହାର ଅତିଶୀଘ୍ର ସୁଧାର ପାଇଁ ଦାବୀ କରିଥିଲେ । ଜିଲ୍ଲା ସଭାପତି ଅଶ୍ବିନୀ ଷଡ଼ଙ୍ଗୀଙ୍କ ନେତୃତ୍ୱରେ ଯାଇଥିବା ଏହି ପ୍ରତିନିଧି ଦଳର ସଦସ୍ୟମାନେ ଜିଲ୍ଲାରେ ଚୋରି, ରାହାଜାନୀ, ସଟ୍ଟା, ଅବାଧ ନିଶା କାରବାର ବୃଦ୍ଧି ପାଉଥିବା ବେଳେ ଜନସାଧାରଣ ସୁରକ୍ଷିତ ମଣୁନଥିବା ସଂପର୍କରେ ଏସ୍‌ପିଙ୍କୁ ଅବଗତ କରାଇଥିଲେ । ପ୍ରତିନିଧି ଦଳରେ ବରିଷ୍ଠ ନେତା ସୁରେଶ୍ଵର ଶତପଥୀ, ରବିନାରାୟଣ ଦାଶ, ଅବନୀକାନ୍ତ ପଣ୍ଡା, କୁଶ କଲେତ, ଅମିତ ପଣ୍ଡା, ଶୁକୃ ସାହୁ ପ୍ରମୁଖ ରହିଥିଲେ ।

jittmm
Leave A Reply

Your email address will not be published.