କୋଭିଡ୍‌ ଯୋଦ୍ଧାଙ୍କୁ ଭାଜପା ପକ୍ଷରୁ ସମ୍ବର୍ଦ୍ଧନା

ନୂଆପଡା, (ନିରାକାର ମେହେର) : ନୂଆପଡା ଜିଲ୍ଲା ସିନାପାଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଆଜି ଭାଜପା ପକ୍ଷରୁ ପ୍ରାଥମିକ କୋଭିଡ ଯୋଦ୍ଧାଙ୍କୁ ସମ୍ବର୍ଦ୍ଧିତ କରାଯାଇଅଛି । ଆଜି ତାଙ୍କ ପାଇଁ ଭାରତର ୧୦୦ କୋଟି ନାଗରିକ କୋଭିଡ ଟୀକା ଗ୍ରହଣ କରି ଏକ ଇତିହାସ ସୃଷ୍ଟି କରିଛନ୍ତି । ସମଗ୍ର ଦେଶରେ କୋଭିଡ ଟୀକାଦାନ କାର୍ଯ୍ୟକ୍ରମକୁ ଏକ ଆନ୍ଦୋଳନ ରୂପେ ଗ୍ରହଣ କରି ନିଜ ସ୍ତରରେ ନିଜ ଦାୟିତ୍ୱ ସମ୍ପାଦନ କରିଥିବା ପ୍ରାଥମିକ କୋଭିଡ ଯୋଦ୍ଧାଙ୍କୁ ମିଠା, ଉପଢୋକନ ପ୍ରଦାନ କରିଛନ୍ତି । ଭାଜପା ଜିଲ୍ଲା ସଭାପତି ସୁବ୍ରତ ଠାକୁର, ଅରିଗଞ୍ଜନ ଯୋଶୀ, ମାର୍କଣ୍ଡ ଗହୀର, ପ୍ରବୀଣ ବନ୍ଦୀଛୋର ଏବଂ ଯୌବନ ଗହୀର ପ୍ରମୁଖ ଉପସ୍ଥିତ ଥିଲେ । ଭାରତର ପ୍ରଧାନମନ୍ତ୍ରୀ ଏହି ଟୀକାଦାନ କାର୍ଯ୍ୟକ୍ରମ ସତରେ ଐତିହାସିକ ପଦକ୍ଷେପ ଅଟେ ବୋଲି ନୂଆପଡା ଭାଜପା ପକ୍ଷରୁ କୁହାଯାଇଛି ।

Leave A Reply

Your email address will not be published.