oom

ଷ୍ଟାଫ୍ ସିଲେକ୍ସନ କମିଶନ ବିରୋଧରେ ଭାଜପାର ବିକ୍ଷୋଭ

jsmm

ଟିଟିଲାଗଡ, (ଗୌରବ ଦର୍ଜୀ) : ଏବେ ରାଜ୍ୟରେ ଚହଳ ସୃଷ୍ଟି କରିଛି ଓଏସ୍‌ଏସ୍‌ସିର ପିଏସ୍‌ ବିରଞ୍ଚି ସାହୁ ଘରୁ ପୁଲା ପୁଳା ଟଙ୍କା ଓ ସୁନା ବାହାରିବା ଘଟଣା । ଏହାକୁ ନେଇ ରାଜ୍ୟ ସରକାରଙ୍କୁ ଘେରିଛି ବିରୋଧୀ ଭାଜପା । ଆଜି ଏନେଇ ଟିଟିଲାଗଡ ଭାଜପା ଏବଂ ଯୁବ ମୋର୍ଚ୍ଚା ତରଫରୁ ସହରରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କୁଶ ପୁତ୍ତଳିକା ଦାହ କରିଛି । ଭାଜପା ନେତା ମହେନ୍ଦ୍ର ଠାକୁର ଏବଂ ଯୁବ ମୋର୍ଚ୍ଚା ସଦସ୍ୟ ନରସିଂହ ସିଂଙ୍କ ନେତୃତ୍ୱରେ ଟିଟିଲାଗଡ଼ ଡାକ ବଙ୍ଗଳାରୁ ଏକ ବିକ୍ଷୋଭ ଶୋଭାଯାତ୍ରା ବାହାରି ଉପ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଓଡ଼ିଶା ଷ୍ଟାଫ ସିଲେକ୍ସନ କମିଶନରେ ମହା ଦୁର୍ନୀତି ହୋଇଥିବା ଦାବୀ କରି ସିବିଆଇ ତଦନ୍ତ ଦାବୀ କରିଛି ଭାଜପା । ମେଧାବୀ ଛାତ୍ରଛାତ୍ରୀ ମାନଙ୍କୁ ଅନ୍ଧକାରରେ ରଖି ମୋଟା ଅର୍ଥ କାରବାର କରି ଲୋକଙ୍କୁ ଚାକିରୀ ଦେଇଥିବା ଅଭିଯୋଗ କରିଛି ବିଜେପି । ଏନେଇ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଦାବୀପତ୍ର ଟିଟିଲାଗଡ ଅତିରିକ୍ତ ଉପ ଜିଲ୍ଲାପାଳଙ୍କୁ ପ୍ରଦାନ କରିଛି । ଆଜିର ଏହି କାର୍ଯ୍ୟକ୍ରମରେ ନରସିଂହ ସିଂ, ମହେନ୍ଦ୍ର ଠାକୁର, ପବିତ୍ର ସାହୁ, ଧୁବଳେ ପୋଢ଼, ଗୁଳାପ ସୋନୀ, ବିଶ୍ୱଜିତ୍ ଦାସ, ଲିଙ୍ଗରାଜ ନାୟକ, ସଞ୍ଜୟ ତ୍ରିପାଠୀ, ଟିଟୁ ରଣା, ରଶ୍ମି ରଞ୍ଜନ ଖମାରୀଙ୍କ ସହ ଅନେକ ଯୁବ ମୋର୍ଚ୍ଚା ସଦସ୍ୟ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.