oom

ଶଙ୍ଖନାଦକୁ ଶୁଭ ମାନସୀ ଶଙ୍ଖ ଧରିଲେ ବରିଷ୍ଠ ଭାଜପା ନେତା

jsmm

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭାବମୂର୍ତ୍ତି ଲେକଙ୍କୁ ମନମୁଗ୍ଧ କରିବା ସହ ଛତ୍ରପୁର ବିଧାୟକ ସୁବାଷ ଚନ୍ଦ୍ର ବେହେରା ଲୋକପ୍ରିୟତା ନିର୍ବାଚନ ପୂର୍ବରୁ ଦିନକୁ ଦିନ ବଢିବା ସହ ବିଜେଡିର ଶକ୍ତି ବୃଦ୍ଧି ପାଉଥିବା ଦେଖିବାକୁ ମିଳିଛି । ଗତ କାଲି ଏହି ଏନ୍‌ଏସି ଅନ୍ତର୍ଗତ ୱାର୍ଡ ନଂ. ୮ ପୁଇଁତଲା ଗ୍ରାମର ଭାଜପାର ପୂର୍ବତ୍ତନ ନଗର ସଭାପତି ସୁଦାମ ଚରଣ ଜେନା ତାଙ୍କ ସମର୍ଥକଙ୍କ ସହ ଶଙ୍ଖ ଭବନରେ ବିଜେଡିରେ ସାମିଲ ହୋଇଥିଲେ । ଏହି ଅବସରରେ ଜୟଶ୍ରୀ ଛକ ସ୍ଥିତି ବିଜେଡି କାର୍ଯ୍ୟାଳୟରେ ଏକ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା । ଗଞ୍ଜାମ ଏନ୍‌ଏସି ବିଜେଡି ପକ୍ଷରୁ ତାଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା । ପରେ ମିଶ୍ରଣ ପର୍ବ ଆରମ୍ଭ ହୋଇଥିଲା । ଜେନାଙ୍କ ନେତୃତ୍ୱରେ ପୁଇଁତଲା ଗ୍ରାମର ବିଶ୍ୱନାଥ ପଲାଇ, ବିକ୍ରମ ମହାରଣା, ସୁଶାନ୍ତ କୁମାର ତରାଇଙ୍କ ସମେତ ଦାମୋଦରପୁର ଗ୍ରାମର କିଛି ବ୍ୟକ୍ତି ବିଜେପି ଛାଡ଼ି ବିଜେଡିରେ ସାମିଲ ହୋଇଥିଲେ । ଭାଜପା ଛାଡ଼ି ନୂତନ ଭାବେ ବିଜେଡିରେ ମିଶିଥିବା ନେତା ଓ କର୍ମୀଙ୍କୁ ବିଜେଡି ଯୁବ ସଭାପତି ସୁଧୀର କୁମାର ପାଢ଼ୀ, ଏନ୍‌ଏସି ଉପାଧ୍ୟାକ୍ଷ ସୁରେନ୍ଦ୍ର ବାରିକି, ଛାତ୍ର ସଭାପତି ରାକେଶ ରଞ୍ଜନ ଦାସ, ନଗର ବିଜେଡି ସଭାପତି ରଙ୍କ ପଲାଇ, ପୂର୍ବତନ ଏନ୍‌ଏସି ଉପନଗରପାଳ ନୀଳାଞ୍ଚଳ ବାରିକି, ପୂର୍ବତନ କାଉନ୍‌ସିଲର୍‌ ଦଣ୍ଡପାଣି ପରିଡା ପ୍ରମୁଖ ଦଳୀୟ ଉତ୍ତରୀୟ ପ୍ରଦାନ କରି ସ୍ୱାଗତ କରିଥିଲେ । ସୁଦାମ ଦଳରେ ମିଶିବା ପରେ ଗଞ୍ଜାମ ଏନ୍‌ଏସିର ଶକ୍ତି ବୃଦ୍ଧି ପରିବା ସହ ବହୂ ବ୍ୟବଧାନରେ ବିଜେଡି ବିଜୟ ଲାଭ କରିବ ବୋଲି ରାଜନୈତିକ ସମୀକ୍ଷକମାନେ ମତ ବ୍ୟକ୍ତ କରିଛନ୍ତି । ବିଜେଡିର ମିଶ୍ରଣ ପର୍ବ ବେଳେ କାଉନ୍‌ସିଲର୍‌ ବୁଡୁ ସାହୁ, ରମେଶ ଦାସ, ଶିବରାମ ଜେନା, ଋତୁରାଜ ମହାପାତ୍ରଙ୍କ ସମେତ ଅନ୍ୟାନ ବିଜେଡି ଦଳୀୟ ନେତୃବୃନ୍ଦ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.