ବ୍ରହ୍ମନାଦ କଳା ପରିଷଦର ଭଜନ ସନ୍ଧ୍ୟା

ରାଉରକେଲା, (ସସ୍ମିତା ପ୍ରଧାନ) : ସ୍ଥାନୀୟ କୋଏଲ ନଗର ସି ବ୍ଲକ୍ ସ୍ଥିତ ଶ୍ରୀଗୁଣ୍ଡିଚା ମନ୍ଦିର ପ୍ରାଙ୍ଗଣରେ ବ୍ରହ୍ମନାଦ କଳା ପରିଷଦ ତରଫରୁ ଏକ ଭଜନ ସନ୍ଧ୍ୟା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଅଶ୍ୱିନୀ କୁମାର ସିଂହ ଓ ଜ୍ୟୋସ୍ନା ନନ୍ଦଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନ ତରଫରୁ ପ୍ରଥମେ ଶ୍ରୀଗଣେଶ ବନ୍ଦନାରୁ ସଂଗୀତ ସନ୍ଧ୍ୟା ଆରମ୍ଭ କରାଯାଇ ପରେ ଶ୍ରୀଜଗନ୍ନାଥଙ୍କ ଭଜନ ପରିବେଷଣ କରାଯାଇଥିଲା । ଏଥିରେ କଣ୍ଠଶିଳ୍ପୀ ରୀନା କଦମ୍ବୱଲ, ମୀନତି ତ୍ରିପାଠୀ, ହିମାନୀ ମହାପାତ୍ର, ସଂଗୀତା ପାତ୍ର, ଜ୍ୟୋସ୍ନା ନନ୍ଦ, ବିମଳ ସାହୁ, ପ୍ରଦୀପ କୁମାର ମହନ୍ତ, ବିଜୟ କୁମାର ସ୍ୱାଇଁ, ଅଶ୍ୱିନୀ କୁମାର ସିଂହ, ଶିଶୁ କଳାକାର ଶୃତି ସିଂ ପ୍ରମୁଖ ଭଜନ ପରିବେଷଣ କରିଥିଲେ । ବାଦ୍ୟଯନ୍ତ୍ରରେ ଗୁରୁ ଦେବୁ ରଣା, ଲକ୍ଷ୍ମୀକାନ୍ତ ଡୋରା, ନରେନ୍ଦ୍ର ପାତ୍ର, ମୁନୁ ପ୍ରମୁଖ ସହଯୋଗ କରିଥିଲେ । ଏହି ଭଜନ ସନ୍ଧ୍ୟାକୁ ସ୍ଥାନୀୟ ଅଞ୍ଚଳର ବହୁ ଶ୍ରଦ୍ଧାଳୁ ଉପଭୋଗ କରିଥିଲେ ।

Leave A Reply

Your email address will not be published.