
କଣ୍ଟାବାଞ୍ଜି, (ଯୁଗଳ କିଶୋର ଶବର) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ଲର୍କି ଗ୍ରାମର ବୁଲାଶି ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଯାହାଫଳରେ ଦୁଇଜଣଙ୍କ ମୃତ୍ୟୁ ଘଟିଛି । ମୃତକଙ୍କ ନାମ ହେଉଛି ରାଜକୁମାର ରାୟ ଏବଂ ଡିଲେସ୍ ରାୟ । ଦୁଇଜଣ ସମ୍ପର୍କୀୟ ଭାଇ । ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ, ଏକ ପିକ୍ଅପ୍ ଗାଡ଼ି ଦୁଇଭାଇ ବସିଥିବା ବାଇକ୍କୁ ଧକ୍କା ଦେବାରୁ ଦୁର୍ଘଟଣା ଘଟିଥିଲା । ବାଇକ୍ ଚାଳକଙ୍କ ମଧ୍ୟରୁ ଜଣେ ରାଜକୁମାର ରାୟଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଡିଲେସ୍ ରାୟଙ୍କୁ ତୁରେକେଲା ଡାକ୍ତରଖାନା ନେବା ବାଟରେ ମୃତ୍ୟୁ ହୋଇଥିଲା । ଦୁର୍ଘଟଣାରେ ଜଡିତ ପିକ୍-ଅପ୍ ଗାଡ଼ି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା । ଘଟଣା ବିଷୟରେ ତୁରେକେଲା ପୋଲିସକୁ ସୂଚନା ଦିଆଯାଇଥିଲା ଏବଂ ପୋଲିସ ଅଧିକ ତଦନ୍ତ ପାଇଁ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲା । ମୃତକଙ୍କ ମୃତଦେହକୁ ପୋଷ୍ଟମର୍ଟମ୍ ପାଇଁ କଣ୍ଟାବାଞ୍ଜି ହସ୍ପିଟାଲକୁ ନିଆଯାଇଛି ।