
ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିର ଶାନ୍ତିପଡାରେ ଭାଇ ଜିଉଁନ୍ତିଆ ଓଷା ପାଳିତ ହୋଇଯାଇଛି । ଆଜି ସନ୍ଧ୍ୟା ସମୟରେ ଭାଇମାନଙ୍କ ଦୀର୍ଘାୟୁଷ କାମନା କରି ଭଉଣୀମାନେ ମା’ ଦୁର୍ଗାଙ୍କୁ ପୂଜା କରିଛନ୍ତି । ଦିନ ସାରା ନିର୍ଜଳା ଉପବାସ ରହି ଜଗତ ଜନନୀ ମା’ଙ୍କୁ ଆରଧନା କରିଛନ୍ତି । ହିନ୍ଦୁ ଧର୍ମରେ ବିଶ୍ୱାସ ରହିଛି ଯେ, ଭଉଣୀମାନେ ଏହି ବ୍ରତ କଲେ ଭାଇମାନେ ଦୀର୍ଘାୟୁ ତଥା ଯଶସ୍ୱୀ ହୁଅନ୍ତି । ତେବେ ଆସନ୍ତାକାଲି ସକାଳୁ ଭଉଣୀମାନେ ଭାଇମାନଙ୍କୁ ଦୁବ ଚାଉଳ ଉତାରିବା ପରେ ଏହି ବ୍ରତ ସମାପନ ହେବ ।