ଅସହାୟଙ୍କ ବନ୍ଧୁ ଭାଗିରଥି ବେହେରା

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଶୀତଋତୁରେ ଶୀତର ଲହରୀ ଚାଲିଥିବା ବେଳେ ଅନେକ ଗରିବ ଶ୍ରେଣୀର ଲୋକେ ଅସହ୍ୟ ଶୀତର ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଯାହାକୁ ନେଇ ଗଞ୍ଜାମ ବ୍ଲକ ଅନ୍ତର୍ଗତ ଉମୁରି ଧର୍ମଶରଣପୁର ପଞ୍ଚାୟତର ବାରସିଂହପଲ୍ଲୀ ଗ୍ରାମରେ କଂଗ୍ରେସ ପକ୍ଷରୁ ଶୀତବସ୍ତ୍ର ବଣ୍ଟନ କରାଯାଇଛି । ସମାଜ ସେବୀ ତଥା କଂଗ୍ରେସ ରାଜ୍ୟ ଅନୁସୂଚିତ ସେଲ୍ ସଂଯୋଜକ ଭାଗିରଥି ବେହେରାଙ୍କ ଦ୍ଵାରା ବୟସ୍କ ମହିଳା ଓ ପୁରୁଷ ବ୍ୟକ୍ତିମାନଙ୍କୁ ଶୀତ ବସ୍ତ୍ର ପ୍ରଦାନ କରାଯାଇଛି । ଏହି କାର୍ଯ୍ୟକ୍ରମରେ କୃଷକ ନେତା ସିମାଞ୍ଚଳ ନାହାକ, ଦଳିତ ନେତ୍ରୀ ମିନି ମହାପାତ୍ର, ବ୍ରହ୍ମପୁର ଲୋକସଭା ଯୁବ କଂଗ୍ରେସ ମିଡ଼ିଆ ସେଲ୍ ସଂଯୋଜକ ମହେଶ କୁମାର ଗୌଡ଼ ପ୍ରମୁଖ ଉପସ୍ଥିତ ରହିଥିଲେ । କଂଗ୍ରେସ ନେତା ଶ୍ରୀ ବେହେରାଙ୍କ ଏପରି ଜନ କଲ୍ୟାଣକାରୀ କାର୍ଯ୍ୟକୁ ବିଭିନ୍ନ ମହଲରୁ ଉଚ୍ଚ ପ୍ରଶଂସା କରାଯାଇଛି ।

Leave A Reply

Your email address will not be published.