oom

ବିରଳ ଓ ଅନନ୍ୟ ପ୍ରତିଭାର ଅଧିକାରୀ ଥିଲେ ଭାଗବତ ପ୍ରସାଦ ନନ୍ଦ

jsmm

ବରଗଡ, (ନିରୋଜ କୁମାର ପାଣୀ) : ପୂଜ୍ୟ ପୂଜା ପରମ୍ପରାର ପୂଜାରୀ ସାରସ୍ୱତ ସାଧକ, ସମାଜସେବୀ କର୍ମଯୋଗୀ ସ୍ୱର୍ଗତ ଭାଗବତ ପ୍ରସାଦ ନନ୍ଦ ଥିଲେ ବିରଳ ଓ ଅନନ୍ୟ ପ୍ରତିଭା ର ଅଧିକାରୀ ଥିଲେ ବୋଲି ବରଗଡ଼ ସାମ୍ବାଦିକ ସଂଘ ଓ ଭାଗବତ ନନ୍ଦ ସ୍ମୃତି କମିଟି ଆନୁକୂଲ୍ୟରେ ସ୍ଥାନୀୟ ବିଜୁପଟ୍ଟନାୟକ ଟାଉନ ହଲଠାରେ ଆୟୋଜିତ ଦ୍ୱିତୀୟ ଶ୍ରାଦ୍ଧବାର୍ଷିକୀରେ ବିଶିଷ୍ଟ ବକ୍ତାଗଣଙ୍କ ଠାରୁ ମତ ପ୍ରକାଶ ପାଇଛି । ବରିଷ୍ଟ ସାମ୍ବାଦିକ ପ୍ରସନ୍ନ କୁମାର ମିଶ୍ରଙ୍କ ଉଦ୍ୟେଶ୍ୟ ଜ୍ଞାପନ ପରେ ବିଶିଷ୍ଟ କଣ୍ଠଶିଳ୍ପୀ ଅଜିତ ପାଣିଗ୍ରାହୀ ସଙ୍ଗୀତ ଶ୍ରଦ୍ଧାଅଞ୍ଜଳି ଅର୍ପଣ କରିଥିଲେ । ସାମ୍ବାଦିକ ସଂଘର ସଭାପତି ଶଙ୍କର ବଲ୍ଲଭ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମକୁ ଡ଼ଃ ଗୌରୀ ଦାସ ପ୍ରଧାନ ସଂଯୋଜନା କରିଥିଲେ । ଏହି ଅବସରରେ ଅଧ୍ୟାପକ ଟେକଚାନ୍ଦ ଦୁଆନ ଭାଗବତ ବାବୁଙ୍କ ଏ ଅଂଚକ ସହିତ ରହିଥିବା ସମ୍ପର୍କରେ ଆଲୋକପାତ କରିଥିବା ବେଳେ ପ୍ରଫେସର କାମଦେବ ସାହୁ ସେ ବହୁ ପଦ ପଦବୀରେ ଥାଇ ମଧ୍ୟ ଜଣେ ସଫଳ କର୍ମଯୋଗୀ ଥିଲେ ସେ ବିଷୟରେ ବିସ୍ତୃତ ବର୍ଣ୍ଣନା କରିଥିଲେ ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ୟ ସ୍ୱର୍ଗତ ନନ୍ଦ କିପରି ଜଣେ ଅସାଧାରଣ ବ୍ୟକ୍ତିତ୍ୱର ଅଧିକାରୀ ଥିଲେ ଉଲ୍ଲେଖ କରିଥିବା ବେଳେ ସାଂସଦ ସୁରେଶ ପୂଜାରୀ ତାଙ୍କ ବକ୍ତବ୍ୟରେ ସ୍ୱର୍ଗତ ନନ୍ଦ ସାମାଜିକ କର୍ମୀଙ୍କ ପାଇଁ ଆଶ୍ଵାସନାର କେନ୍ଦ୍ର ବିନ୍ଦୁ ଥିବା ବେଳେ ଆମ ସମସ୍ତଙ୍କ ପାଇଁ ଚିରକାଳର ଆବଶ୍ୟକ ବୋଲି ଉଲ୍ଲେଖ କରିଥିଲେ । ଅନ୍ୟତମ ସାରସ୍ୱତ ବକ୍ତା ପ୍ରଦେଶ କଂଗ୍ରେସ ଉପ ସଭାପତି ଯଜ୍ଞେଶ୍ୱର ବାବୁ ଭାଗବତ ବାବୁଙ୍କୁ ଜଣେ ନିର୍ଭୀକ ସାମ୍ବାଦିକ ଥିଲେ ବୋଲି ପ୍ରକାଶ କରିଥିଲେ । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବକିଶୋର ଦାସ ଯୋଗଦେଇ ସ୍ୱର୍ଗତ ଭାଗବତ ପ୍ରସାଦ ନନ୍ଦ କିପରି ବିରଳ ଓ ଅସାଧାରଣ ପ୍ରତିଭା ଅଧିକାରୀ ଥିଲେ ସେ ବିଷୟରେ ବିସ୍ତୃତ ଆଲୋଚନା କରି ପୂଜ୍ୟପୂଜାର ପରମ୍ପରାକୁ ସମ୍ମାନ ଜଣାଇ ଏଭଳି ଆୟୋଜନ କରିଥିବା ବରଗଡ଼ ମାଟି ଓ ଜନ ସାଧାରଣଙ୍କୁ ଭୁୟସୀ ପ୍ରସଂଶା କରିଥିଲେ । ପୂର୍ବତନ ରାଜ୍ୟ ସଭା ସାଂସଦ ପ୍ରସନ୍ନ ଆଚାର୍ଯ୍ୟ ତାଙ୍କ ବକ୍ତବ୍ୟରେ ସ୍ୱର୍ଗତ ନନ୍ଦଙ୍କୁ ଅତୀତ ବର୍ତ୍ତମାନ ଓ ଭବିଷ୍ୟତକୁ ଯୋଡିବାର ମାଧ୍ୟମ ସୂତ୍ରଧର ଥିଲେ ବୋଲି ଉଲ୍ଲେଖ କରି ସକ୍ରିୟ ରାଜନୀତି ରେ ସମ୍ପୃକ୍ତ ନ ଥାଇ ରାଜନୀତିକୁ ଦିଗ୍‌ଦର୍ଶନ ଦେଇପାରୁଥିବା ମଣିଷ ପରି ମଣିଷ ଟିଏ ଥିଲେ ବୋଲି ଉଲ୍ଲେଖ କରି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଏହି ଅବସରରେ ବରଗଡ଼ ଜିଲ୍ଲା ତରଫରୁ ବିଭିନ୍ନ ଅନୁଷ୍ଠାନ ତରଫରୁ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା ।

jittmm
Leave A Reply

Your email address will not be published.