ଭାଗବତ ପାରାୟଣ ଗାୟିକା ପଙ୍କଜିନୀ ମିଶ୍ରଙ୍କ ପରଲୋକ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଳକ ବନ୍ଧପଡ଼ା ପଞ୍ଚାୟତ ଟେପ୍ରେନ ଗାଁର ବିଶିଷ୍ଟ ଭାଗବତ ପାରାୟଣ ଗାୟିକା ପଙ୍କଜିନୀ ମିଶ୍ର(୬୧)ଙ୍କ ଶୁକ୍ରବାର ଦିନ ସକାଳ ପ୍ରାୟ ୫ଟା ସମୟରେ ନିଜ ବାସ ଭବନରେ ଦେହାନ୍ତ ହୋଇଯାଇଛି । ପଙ୍କଜିନୀଙ୍କ ଶେଷ ସମୟରେ ସ୍ୱାମୀ ଶଙ୍କର୍ଷଣ ମିଶ୍ର ତାଙ୍କ ୨ ପୁଅ ପିଙ୍କୁ, ରମେଶ ଓ ଏକ ମାତ୍ର ଝିଅ ପିଙ୍କି ଉପସ୍ଥିତ ଥିଲେ । ଶ୍ରୀମତୀ ମିଶ୍ରଙ୍କ ଦେହାନ୍ତ ଖବର ପ୍ରଚାରିତ ହେବା ପରେ ଦେଓଗାଁ ବ୍ଳକ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ମୃତ୍ୟୁ ଖବର ପାଇବା ପରେ ଯୁବନେତା ଅର୍କେଶ ନାରାୟଣ ସିଂଦେଓ, ବ୍ଳକ ବିଜେଡ଼ି ସଭାପତି ସୁଶିଲ ଚାନ୍ଦ, ପୂର୍ବ ବ୍ଳକ ଅଧ୍ୟକ୍ଷ ଲକ୍ଷ୍ମଣ ମେହେର, ବ୍ଳକ କଂଗ୍ରେସ ସଭାପତି ରାମଜୀ ଚୌଧୁରୀ, ଯୁବନେତା ଅଚ୍ୟୁତ ମିଶ୍ର ପ୍ରମୁଖ ଶୋକ ପ୍ରକାଶ କରିଥିବା ବେଳେ ଜିଲ୍ଲା ଆଇଟି ସଂଯୋଜକ ବିଭୂତି ଭୂଷଣ ମିଶ୍ର ସହ ଅଞ୍ଚଳର ବଶିଷ୍ଟ ବ୍ୟକ୍ତିମାନେ ଶବାଧାରରେ ଯୋଗ ଦେଇଥିଲେ । ସୋନଗଡ଼ ନଦୀ କୂଳରେ ଥିବା ଟେପ୍ରେନ ଗାଁର ଶ୍ମଶାନ ଘାଟରେ ଶେଷକୃତ୍ୟ କରାଯାଇଥିଲା । ବଡ଼ପୁଅ ପିଙ୍କୁ ମୁଖାଗ୍ନି ଦେଇଥିଲେ ।

jittmm
Leave A Reply

Your email address will not be published.