ଡୁମ୍ବେରପାଲି ଗ୍ରାମରେ ଭାଗବତ ଜନ୍ମ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ସୋହେଲା ବ୍ଲକ ଅନ୍ତର୍ଗତ ଗର୍ଭଣା ପଞ୍ଚାୟତ ଡୁମ୍ବେରପାଲି ଗ୍ରାମରେ ଭାଗବତ ଜନ୍ମ ପାଳିତ ହୋଇଯାଇଛି । ଅବସର ପ୍ରାପ୍ତ ପ୍ରଧାନଶିକ୍ଷକ ଗିରିଜା ଶଙ୍କର ଆଚାର୍ଯ୍ୟଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସଭାରେ ମୁଖ୍ୟ ବକ୍ତା ଭାବେ ସୋହେଲା ମହାବିଦ୍ୟାଳୟର ଅବସରପ୍ରାପ୍ତ ଅଧ୍ୟକ୍ଷ ଡ. ଉପେନ୍ଦ୍ର ମହାପାତ୍ର, ଅଧ୍ୟାପକ ସୁକୁମାର ଭୋଇ, ଗୌରଚରଣ ପଧାନ ପ୍ରମୁଖ ଯୋଗଦେଇ ସମ୍ବଲପୁରୀ ଭାଗବତ ରଚୟିତା ପଣ୍ଡିତ ପୂର୍ଣ୍ଣଚନ୍ଦ୍ର ସାହୁଙ୍କ ସାଧନା ତଥା ତାଙ୍କ ସାରସ୍ୱତ ସୃଷ୍ଟି ଉପରେ ଆଲୋଚନା କରିଥିଲେ । ଏହି ଅବସରରେ ସମ୍ବଲପୁରୀ ଭାଗବତ ପ୍ରଚାର ପ୍ରସାର କରୁଥିବା ଡ. ଉପେନ୍ଦ୍ର ମହାପାତ୍ରଙ୍କୁ ସମ୍ବଲପୁରୀ ଭାଗବତ ସମ୍ମାନ ପ୍ରଦାନ କରାଯାଇଥିଲା । ସଭା କାର୍ଯ୍ୟକ୍ରମକୁ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ନାରାୟଣ ସାହୁ ସଂଯୋଜନା କରିଥିଲେ । ପ୍ରକାଶକ ବିକାଶ ଚନ୍ଦ୍ର ସାହୁ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଭାଗବତ ପରିଷଦର ସଦସ୍ୟ ସଦସ୍ୟାମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ସମ୍ବଲପୁରୀ ଭାଗ୍‌ବତ୍ ମୁନୁଷ୍ ସମାଜ୍ ଲାଗି ଗୁଟେ ଶ୍ରେଷ୍ଠ ଉପହାର୍ ବଲି ମୁଖ୍ୟ ବକ୍ତା କହିଥିଲେ । ଗୌର ଚରଣ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ । ସହଯୋଗ କରିଥିଲେ ଗଲାହାର ସାହୁ, ବେଦବ୍ୟାସ ବିଶ୍ୱାଲ, ସୁଶିଲ ସାହୁ, ଶ୍ରୀବତ୍ସ ପଧାନ, ମନବୋଧ ସାହୁ ଓ ସମ୍ପଦ ସାହୁ । ସମଲ୍‌ପୁରୀ ଭାଗ୍‌ବତ୍ ପ୍ରଣେତା ପୂର୍ଣ୍ଣ ଚନ୍ଦ୍ର ସାହୁ ଭାଗବତର କଥାବସ୍ତୁ ଉପରେ ଅନେକ ଉପାଦେୟ ପ୍ରସଂଗ ଉପରେ ଆଲୋକପାତ କରିଥିଲେ । ଅଞ୍ଚଳର ବହୁ ଭାଗବତ ପ୍ରେମୀ ଏଥିରେ ଯୋଗଦାନ କରିଥିଲେ ।

Leave A Reply

Your email address will not be published.