ଟିଟିଲାଗଡରେ ଭାଗବତ ଜନ୍ମ

ଟିଟିଲାଗଡ, (କେପିଏନ୍‌ଏସ୍‌) : ଟିଟିଲାଗଡ ବ୍ରାହ୍ମଣ ସମାଜ ପକ୍ଷରୁ ସ୍ଥାନୀୟ ଜଗନ୍ନାଥ ମନ୍ଦିର ପରିସରରେ ଭାଗବତ ଜନ୍ମ ଉତ୍ସବ ପାଳିତ ହୋଇଯାଇଛି । ସଭାପତି ବିଶ୍ୱରାମ ଠାକୁରଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ରାମନାରାୟଣ ମିଶ୍ର ସପତ୍ନୀକ କର୍ତ୍ତା ଥିଲେ । ମନ୍ଦଧର ପଣ୍ଡା, ବୀରେନ୍ଦ୍ର ପ୍ରସାଦ ଗୁରୁ ପୂଜାକାର୍ଯ୍ୟ ସଂପାଦନ କରିଥିଲେ । ସୁବୋଧ ଚନ୍ଦ୍ର ଦାଶ, ବନମାଳୀ ଦାଶ, ମୀନକେତନ ମିଶ୍ର, ସୁଶୀଳ ମିଶ୍ର, ରାଜୁ ମିଶ୍ର ପ୍ରମୁଖ ପରିଚାଳନା କରିଥିଲେ ।

Leave A Reply

Your email address will not be published.