ସପ୍ତଦିବସୀୟ ଶ୍ରୀମଦ ଭାଗବତ କଥା ଜ୍ଞାନଯଜ୍ଞ ସମ୍ପନ୍ନ

ଜୟପାଟଣା, (ଶେଷଦେବ ବେହେରା) : କଳାହାଣ୍ଡି ଜିଲ୍ଲା ଲଡୁଗାଁ ସ୍ଥିତ ଶ୍ରୀରାମ ମାମୋ ଦେବୀ ସ୍ମୃତି ଭବନ ପରିସର ମଧ୍ୟରେ ସପ୍ତଦିବସୀୟ ଶ୍ରୀମଦ୍ ଭାଗବତ କଥା ଜ୍ଞାନଯଜ୍ଞ ଶ୍ରଦ୍ଧା, ଭକ୍ତି ଓ ସମର୍ପଣର ସହ ସମ୍ପନ୍ନ ହୋଇଯାଇଛି । ଗତ ଗୁରୁବାର ଅପରାହ୍ନରେ ଶତାଧିକ ମହିଳାଙ୍କ ପବିତ୍ର କଳସ ଯାତ୍ରା ପରେ ଜ୍ଞାନଯଜ୍ଞ କର୍ମ ଆରମ୍ଭ ହୋଇଥିଲା । ଶ୍ରୀଧାମ ବୃନ୍ଦାବନରୁ ଆସିଥିବା ଭାଗବତ କଥା ବାଚକ ଶ୍ରୀମାନ ବଂଶୀ ବଦନଜୀ ମହାରାଜଙ୍କ ଭାଗବତ କଥା ଜ୍ଞାନ ସମବେତ ଶହ ଶହ ଶ୍ରଦ୍ଧାଳୁଙ୍କ ଧର୍ମୀୟ ପ୍ରେରଣା ଦେବା ସହିତ ବାତାବରଣକୁ ସଙ୍ଗୀତ ମୁଖର କରିପାରି ଥିଲା । ପ୍ରତ୍ୟହ ଜ୍ଞାନଯଜ୍ଞ ସାଙ୍ଗକୁ ଅନ୍ନଯଜ୍ଞ ମଧ୍ୟ ଆୟୋଜନ କରାଯାଇଥିଲା । ମୁଖ୍ୟ ଯଜମାନ ଭାବରେ ବଜରଙ୍ଗ ଲାଲ ଅଗ୍ରୱାଲ ଓ ସହଧର୍ମିଣୀ ଅନ୍ନପୂର୍ଣ୍ଣା ଦେବୀ ଦାୟିତ୍ଵ ନିର୍ବାହ କରିଥିଲେ । ଲଡୁଗାଁ ସ୍ଥିତ ମାଜରୀୟା ଗୋୟଲ୍ ପରିବାର ଭାଗବତ ଜ୍ଞାନଯଜ୍ଞ ଆୟୋଜନ ସହିତ ପରିଚାଳନା ମଧ୍ୟ କରିଥିଲେ ।

Leave A Reply

Your email address will not be published.