oom

ପୁରୀ ଶ୍ରୀମନ୍ଦିରରୁ ଆସିଥିବା ସେବାୟତଙ୍କୁ ଭବ୍ୟ ସ୍ଵାଗତ

jsmm

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲର ପ୍ରମୁଖ ପୁଣ୍ୟ କ୍ଷେତ୍ର ହରିଶଙ୍କରଠାରେ ସୁଦୂର ପୁରୀ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଶୁଭ ଉଦ୍‌ଘାଟନ ପାଇଁ ନିମନ୍ତ୍ରଣ ଦେବାକୁ ଆସିଥିବା ସେବାୟତଙ୍କୁ ବୁଧବାର ଭବ୍ୟ ସ୍ଵାଗତ କରାଯାଇଥିଲା । ରାଜ୍ୟର ବିଭିନ୍ନ ପୁଣ୍ୟ କ୍ଷେତ୍ରମାନଙ୍କୁ ଦେବ ନିମନ୍ତ୍ରଣ ପାଇଁ ସେବାୟତମାନେ ପହଞ୍ଚି ଗୁଆ, ମହାପ୍ରସାଦ ନିମନ୍ତ୍ରଣ ପ୍ରଦାନ କରୁଥିବା ବେଳେ ହରିଶଙ୍କରଠାରେ ପହଞ୍ଚିଲା ପରେ ପାଟଣାଗଡ଼ ଦେବୋତ୍ତର କମିଟି ତରଫରୁ ଫୁଲତୋଡା, ପୁଷ୍ପ ମାଲ୍ୟ ଦେଇ ସଂକୀର୍ତ୍ତନ ସହ ମନ୍ଦିରକୁ ସେବାୟତଙ୍କୁ ପାଛୋଟି ନେଇଥିଲେ । ମନ୍ଦିର ପରିସରରେ ମଧ୍ୟ ହରିଶଙ୍କର ମନ୍ଦିର ସେବାୟତ ଅତିଥିଙ୍କୁ ଚନ୍ଦନ ଲଗାଇ ମନ୍ଦିରକୁ ନେଇଥିଲେ । ସେଠାରେ ଶ୍ରୀମନ୍ଦିରରୁ ଆସିଥିବା ଗୁଆ ନିର୍ମାଣ ନିମନ୍ତ୍ରଣ ପ୍ରଦାନ କରିଥଲେ । ପରେ ଠାକୁରଙ୍କ ପ୍ରସାଦ ସେବନ କରାଯାଇଥିଲା । ତିନି ଜଣ ବରିଷ୍ଠ ସେବାୟତ ସହ ପୁରୀ ଶ୍ରୀମନ୍ଦିର ପ୍ରଶାସନର ଜଣେ ସଦସ୍ୟ ନିମନ୍ତ୍ରଣ ପାଇଁ ଆସିଥିବା ବେଳେ ପାଟଣାଗଡ଼ ଦେବୋତ୍ତର କମିଟି ସଦସ୍ୟ ସୁନିଲ ଗୋଏଲ, ରାଣା ପ୍ରଧାନ, ଇନ୍ଦୁଭୂଷଣ ଠାକୁର, ଅଭୟ ତ୍ରିପାଠୀ, ଖପ୍ରାଖୋଲ ବିଡିଓ ଆକାଶ ରଞ୍ଜନ ସାହୁ, ଜିଲ୍ଲା ସଂସ୍କୃତି ଅଧିକାରୀ ରଶ୍ମିରଞ୍ଜନ ମିଶ୍ର, ପାଟଣାଗଡ଼ ଅତିରିକ୍ତ ତହସିଲଦାର ଅର୍ଜୁନ ମାଝୀ, ସହକାରୀ ଯନ୍ତ୍ରୀ କୁଳମଣି ଭୋଇ, ହରିଶଙ୍କର ମନ୍ଦିର ପରିଚାଳକ ଗୁପ୍ତେଶ୍ୱର କୁଅଁର, ହରିଶଙ୍କର ସେବାୟତ ନୃସିଂହ ପୂଜାରୀ, ଭାଗ୍ୟବନ୍ତ ସାହୁ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ । ଆଗାମୀ ଜାନୁଆରୀ ୧୭ରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଉଦ୍‌ଘାଟନ ସମାରୋହ ରହିଥିବା ଜଣାଯାଇଛି ।

jittmm
Leave A Reply

Your email address will not be published.