ବଲାଙ୍ଗିର, (କେପିଏନ୍ଏସ୍) : ଭାବରେ ମଣିଷ ବନ୍ଧା । ଭାବ ହିଁ ମଣିଷ ଭିତରେ ନିବିଡ ସମ୍ପର୍କ ରଖିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ । ବଲାଙ୍ଗିର ପଥରଚେପା ପଞ୍ଚବଟୀ ଉଦ୍ୟାନରେ ତହଁକ ସାହିତ୍ୟ କୁଟୁମର ଭାବର ଭେଟ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସାହିତ୍ୟିକ ଓ ସାମ୍ବାଦିକ ମାନଙ୍କ ମଧ୍ୟରେ ପ୍ରତିବର୍ଷ ଭଳି ଭାବ ବିନିମୟ ହୋଇଥିଲା । କୋଶଲି ଭାଷାର ସାମ୍ବିଧାନିକ ମାନ୍ୟତରେ ଅବହେଳା କେଉଁଠି ଏବଂ ଏହା ଉପରେ ସାମ୍ବାଦିକ ଓ ସାହିତ୍ୟକ ମାନଙ୍କ ଭୂମିକା କେତେ ଆବଶ୍ୟକ ତାହା ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ କବି ଓ ସାମ୍ବାଦିକ । ଆଗାମୀଦିନରେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ପ୍ରସ୍ତାବ ରଖାଯାଇଥିଲା । ବରିଷ୍ଠ ସାମ୍ବାଦିକ ଆନନ୍ଦ ଚନ୍ଦ୍ର ସାହୁ, ମନୋରଞ୍ଜନ ଯୋଷୀ, ପୂର୍ଣ୍ଣଚନ୍ଦ୍ର ପଣ୍ଡା, ମୁକେଶ ବହିଦାର, ବିଭୂକଲ୍ୟାଣ ଗଡତ୍ୟା, ଅଭିଲାଶ ହୋତା, ସାନୁଜ ମିଶ୍ର ଯୋଗ ଦେଇ ତହଁକର ଭାଷା ଆନ୍ଦୋଳନ ଆଗାମୀ ଦିନରେ ନିଶ୍ଚୟ ଏକ ଉଲଗୁଲାନ ସୃଷ୍ଟି କରିବ ବୋଲି ମତ ରଖିଥିଲେ । କବି ନିରଞ୍ଜନ ପଣ୍ଡା, ନିରୁପମା ମିଶ୍ର, ଗୋପାଳ ମେହେର ମଞ୍ଚାସୀନ ଥିବାବେଳେ କବି ଶ୍ରୀୟାକାନ୍ତ ଦାସ ସଭା ସଂଯୋଜନା କରିଥିଲେ । ସଂପାଦକ ରାଜେଶ ଦଣ୍ଡସେନା ତହଁକ ପ୍ରତି ସାମ୍ବାଦିକ ମାନଙ୍କ ସହଯୋଗ ହିଁ ଅନୁଷ୍ଠାନ ଏବଂ ଭାଷାକୁ ଆଗକୁ ନେବାରେ ଉତ୍ସାହିତ କରୁଛି ବୋଲି କହିଥିଲେ । ମୁଖ୍ୟ ସଂପାଦକ ଅର୍ଜୁନ କୁମାର ସାହୁ ତହଁକ କୋଶଲି ଭାଷାର ସୁରକ୍ଷା ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନେଇଁ ଆଗାମୀ ଦିନରେ ଲୋକଙ୍କ ଭିତରେ ସଚେତନତା ସୃଷ୍ଟି କରିବାକୁ ପ୍ରଚେଷ୍ଟା କରୁଛି ବୋଲି ମତ ରଖିଥିଲେ । ଏହି ଅବସରରେ ସାମ୍ବାଦିକ ମହେନ୍ଦ୍ର ପଧାନ ଏବଂ ନିରଞ୍ଜନ ତ୍ରିପାଠୀଙ୍କୁ ସମ୍ମାନିତ କରାଯାଇଥିଲା । କବି ମିଲନ ପଣ୍ଡା, ଭରତ ମେହେର, ଦିଲ୍ଲୀପ ମିଶ୍ର, ସୁଦେଷ୍ଣା ମିଶ୍ର, ପ୍ରଭାସିନୀ ଭୋଇ, ରବିନ୍ଦ୍ର କୁମାର ସାହୁ, ସୁଶାନ୍ତ ବାଗ କାର୍ଯ୍ୟକ୍ରମରେ ସହଯୋଗ କରିଥିବା ବେଳେ କବି ଗୋପୀନାଥ ଦଣ୍ଡସେନା ଧନ୍ୟବାଦ ଅର୍ପଣ କରିଥିଲେ ।