oom

ବଲାଙ୍ଗିରର ସାହିତ୍ୟିକଙ୍କ ସହ ଭାବ ବିନିମୟ କଲେ ମନ୍ତ୍ରୀ ତଥା କବି ଅରୁଣ କୁମାର ସାହୁ

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିରର ସାହିତ୍ୟିକଙ୍କ ସହ ଅନୌପଚାରିକ ଭାବେ ଆଜି ସଂଧ୍ୟା ୭ଟା ସମୟରେ ସ୍ଥାନୀୟ ସରୋଜିନୀ ରେସିଡେନ୍ସିର କନ୍‌ଫରେନ୍ସ ହଲ୍‌ରେ ଅନୁଷ୍ଠିତ ଏକ ବୈଠକରେ ଭାବ ବିନିମୟ କରିଛନ୍ତି ଓଡ଼ିଶାର ଉଚ୍ଚ ଶିକ୍ଷା ମନ୍ତ୍ରୀ ତଥା କବି ଅରୁଣ କୁମାର ସାହୁ । ‘ରଚନା’ର ସଂପାଦକ କବି ଭାଗୀରଥି ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକକୁ ‘କୋଶଳ ପ୍ରବାହ’ର ସଂପାଦକ ତଥା କବି ଆନଂଦ ଚଂଦ୍ର ସାହୁ ପରିଚାଳନା କରିଥିଲେ । ସାହିତ୍ୟିକ ସନାତନ ଠାକୁର, ଜ୍ୟୋତିର୍ମୟୀ ସାହୁ, ସୁଷମା ମଂଜରୀ ନାୟକ, ମଂଜୁ ପଣ୍ଡା, ପ୍ରହଲ୍ଲାଦ ଶତପଥୀ, ବିଜୟ କୁମାର ତ୍ରିପାଠୀ, ମୃଗେଶ ବୈଷ୍ଣବ ପାଣିଗ୍ରାହୀ, ସବିତା ମହରା, ଲିଲି ପଟେଲ, ପ୍ରଦୀପ କୁମାର ମିଶ୍ର ପ୍ରମୁଖ ନିଜ ନିଜ ସାହିତ୍ୟିକ ଜୀବନ ବିଷୟରେ ଆଲୋକପାତ କରିଥିବା ବେଳେ କବି କୌତୁକ ପନ୍ଦର, ଜ୍ୟୋତିରାଣୀ ମିଶ୍ର, ଅନୁପ୍ରିୟା ମିଶ୍ର, ଶୁଭ୍ରାଂଶୁ ଶେଖର ପଣ୍ଡା, ରତ୍ନମୟ ତ୍ରିପାଠୀ, ସଂଦୀପ କୁଅଁର, ଜଗନ୍ନାଥ ସାହୁ, କପିଳ ପତି, ନିଗମ ନାଥ, ସସ୍ମିତା ନେପାକ, କସ୍ତୁରୀ ରଥ, ରସରାଜ ଅଚ୍ୟୁତ ପୁରୋହିତ, ମଦନ ମୋହନ ରଥ, ପ୍ରଦୀପ ମହାପାତ୍ର, ଗଣେଶ ବାରିକ, ଜ୍ୟୋତିରଂଜନ ମିଶ୍ର, ସଂସ୍କୃତି ପଟ୍ଟନାୟକ ଆଦି ବହୁ କବି ଲେଖକ ବୈଠକରେ ଯୋଗଦାନ କରିଥିଲେ । ମନ୍ତ୍ରୀ ତଥା କବି ଅରୁଣ କୁମାର ସାହୁ ରାଜନୀତି, ସମାଜ ଓ ସାହିତ୍ୟକୁ ନେଇ ନିଜ ଅନୁଭୂତି ସଂପନ୍ନ ଏକ ସାରଗର୍ଭକ ଅଭିଭାଷଣ ପ୍ରଦାନ କରିବା ସହ କାବ୍ୟିକ ଶୈଳୀରେ ମାନବ ଜୀବନକୁ ବ୍ୟାଖ୍ୟା କରିଥିଲେ ।

jittmm
Leave A Reply

Your email address will not be published.