ପୁରୀ ବଡଦାଣ୍ଡରେ ପାଳିତ ହେଲା ବେତାର ଦିବସ

ପୁରୀ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ବଡଦାଣ୍ଡର ମରିଚିକୋଟ ଛକ ନିକଟରେ ବେତାର ଦିବସ ପାଳିତ ହୋଇଯାଇଛି । ବେତାର ବା ରେଡିଓ ଏକ ବିଶ୍ୱସ୍ତ ଓ ବିଶ୍ୱାସଯୋଗ୍ୟ ଗଣମାଧ୍ୟମ । ଚଳିତ ବର୍ଷ ରେଡିଓ ଦିବସରେ ଜାତିସଂଘର ବାର୍ତା ହେଉଛି ରେଡିଓ ଓ ଶାନ୍ତି । ସ୍ଥାନୀୟ ବ୍ୟବସାୟୀ, ବାସିନ୍ଦା ଓ ଯାତ୍ରୀଙ୍କ ଉପସ୍ଥିତିରେ ଏହାକୁ ପାଳନ କରାଯିବ ସହ ମିଠା ବଂଟା ଯାଇଥିଲା । କେତେକ ପର୍ଯ୍ୟଟକ ରଖାଯାଇଥିବା ପୁରୁଣା ରେଡିଓ ସହ ସେଲଫି ନେଇଥିଲେ । ବଡଦାଣ୍ଡ ସେବା ସଂଗଠନର ମନୋଜ କୁମାର ସାହୁ, ମଞ୍ଜୁଲତା ସାହୁ, ସୁନୀଲ ମହାପାତ୍ର, ବାଳକୃଷ୍ଣ ମହାପାତ୍ର, ଜଗନ୍ନାଥ ପାଢ଼ୀ, ନାରାୟଣ ରାୟସିଂ ଓ ଭାସ୍କର ମହାନ୍ତି ସମେତ ସତ୍ୟନାରାୟଣ ସାହୁ ଓ ବିପିନ ମହାନ୍ତି ଉପସ୍ଥିତ ରହି ଏହାକୁ ପରିଚାଳନା କରିଥିଲେ । ରେଡିଓଗୁଡିକୁ ସୁନ୍ଦର ଭାବେ ସୁସଜ୍ଜିତ କରି ରଖାଯାଇଥିଲା । ବେଦପାଠ ଓ ଶଙ୍ଖଧ୍ୱନୀରେ ଏହାକୁ ପୂଜା କରାଯାଇଥିଲା ।

Leave A Reply

Your email address will not be published.

error: Content is protected !!