୨୨ତାରିଖରୁ ୨୪ ତାରିଖ ପର୍ଯ୍ୟନ୍ତ ତିନି ଦିନିଆ ଛତ୍ରପୁରରେ ଆୟୋଜିତ ହେଉଛି “ବିକାଶ ମେଳା”

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାରେ ସୂଚନା-ଶିକ୍ଷା- ସଞ୍ଚାର କାର୍ଯ୍ୟକ୍ରମ ମାଧ୍ୟମରେ ରାଜ୍ୟ ସରକାରଙ୍କ ପଦକ୍ଷେପ ଏବଂ ପ୍ରଣୀତ ଯୋଜନା ସମ୍ପର୍କରେ ଏକ ଜନସଚେତନତା ସୃଷ୍ଟି ସାମାବେଶ ଗଞ୍ଜାମ ଜିଲ୍ଲାସ୍ତରୀୟ ବିକାଶ ମେଳା-୨୦୨୪ ପାଇଁ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଉଦ୍ୟମ ଜାରୀ ରହିଛି । ଗଞ୍ଜାମ ଜିଲ୍ଲାର ସଦର ମହକୁମା ଛତ୍ରପୁର ସ୍ଥିତ ମେଇନ୍ ଷ୍ଟାଡିୟମ୍ ପରିସରରେ ଚଳିତ ସେପ୍ଟେମ୍ବର ୨୨ ତାରିଖରୁ ୨୪ ତାରିଖ ପର୍ଯ୍ୟନ୍ତ ତିନି ଦିନିଆ ଛତ୍ରପୁରରେ ଗ୍ରାମଶ୍ରୀ ମେଳା ବାନାମ୍ “ବିକାଶ ମେଳା” ପାଇଁ ବ୍ୟାପକ ପ୍ରସ୍ତୁତି ଚାଲିଛି । ସୁନ୍ଦର ତୋରଣ, ବିକ୍ରିବଟାର ପ୍ରଦର୍ଶନୀ ଷ୍ଟଲ୍, ଆଞ୍ଚଳିକ କଳାକାର, ରାଜ୍ୟସ୍ତରୀୟ, ଦେଶୀୟ କଳାକାର, କଣ୍ଠ ଶିଳ୍ପୀ, ନୃତ୍ୟ ସଙ୍ଗୀତ ଚିତ୍ରକଳା ଅଭିନୟ ଆଦି ପରିବେଷିତ ହେବ ବୋଲି ଜଣାଯାଇଛି । “ଛତ୍ରପୁର ବିକାଶ ମେଳା” ମହୋତ୍ସବକୁ ମାନ୍ୟବର ଗୋପାଳପୁର ବିଧାୟକ ତଥା ରାଜ୍ୟ ବାଣିଜ୍ୟ ଓ ପରିବହନ, ଇସ୍ପାତ ଓ ଖଣି ବିଭାଗୀୟ ମନ୍ତ୍ରୀ ବିଭୁତି ଭୂଷଣ ଜେନା ମୁଖ୍ୟଅତିଥି ଭାବେ ଯୋଗଦେଇ ଏହାକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିବାର କାର୍ଯ୍ୟକ୍ରମ ରହିଛି, ବୋଲି ଗଞ୍ଜାମ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରବି ନାରାୟଣ ବେହେରା ଗରମାଧ୍ରମକୁ ଜଣାଇଛନ୍ତି । ଜନସାଧାରଣଙ୍କୁ ଅନୁରୋଧ ଆୟୋଜିତ ବର୍ଣ୍ଣାଢ଼୍ୟ କାର୍ଯ୍ୟକ୍ରମ “ବିକାଶ ମେଳା” ମହୋତ୍ସବରେ ବିପୁଳ ସଂଖ୍ୟାରେ ଯୋଗଦାନ କରି ଜିଲ୍ଲା ବିକାଶର ଫର୍ଦ୍ଦରେ ସାମିଲ ହେବା ନିମନ୍ତେ ଜନସାଧାରଣଙ୍କୁ ଜିଲ୍ଲାପ୍ରଶାସନ ଅନୁରୋଧ କରିଛନ୍ତି ।

Leave A Reply

Your email address will not be published.