om academy

ବ୍ରହ୍ମପୁର ମଣ୍ଡଳ କାରାଗାରରେ ୪୮ ଜଣ ବିଚାରାଧୀନ କଏଦୀ କରୋନା ପଜିଟିଭ ଚିହ୍ନଟ

jsm

ବ୍ରହ୍ମପୁର, (କେ. ସତ୍ୟ ନାରାୟଣ ରେଡ୍ଡୀ) : ବ୍ରହ୍ମପୁର ମଣ୍ଡଳ କାରାଗାରରେ ୪୮ ଜଣ ବିଚାରାଧୀନ କଏଦୀ କରୋନା ପଜିଟିଭ ଚିହ୍ନଟ ହୋଇଥିବା ଖବର ମଳିଛି । ଗତ ୨ ଦିନ ତଳେ ୮୪ କଏଦୀଙ୍କ ଆର୍‌ଟିପିସିଆର୍‌ ଟେଷ୍ଟ କରାଯାଇଥିଲା । ସେଥିମଧ୍ୟରୁ ୪୮ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ତେବେ ବ୍ରହ୍ମପୁର ମଣ୍ଡଳ କାରାଗାରରେ ମୋଟ ୯୨୭ ଜଣ କଏଦୀ ଅଛନ୍ତି । କଏଦୀଙ୍କ ପାଇଁ ମଣ୍ଡଳ କାରାଗାରରେ ଶହେ ଶଯ୍ୟା ବିଶିଷ୍ଟ କୋଭିଡ୍ କେୟାର ସେଣ୍ଟର ହୋଇଛି । ଏନେଇ ବ୍ରହ୍ମପୁର ମଣ୍ଡଳ କାରାଗାର ଅଧ୍ୟକ୍ଷ ଗରୀବ ଚନ୍ଦ୍ର ସାହୁ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.