ପୁରୀ, (ଦିଲ୍ଲୀପ କୁମାର ଧାଉଡିଆ) : ଶ୍ରୀମନ୍ଦିର ପରମ୍ପରାରେ ଶ୍ରୀପଞ୍ଚମୀ ବେଣ୍ଟ ନିତୀ । ବସନ୍ତଗୁଣ୍ଡିଚା ଦିନ ମଧ୍ୟାହ୍ନ ଧୂପ ବଢିବା ପରେ ପୁଷ୍ପାଳକମାନେ ଶ୍ରୀଜିଉଙ୍କୁ ଲାଲବର୍ଣ୍ଣର ବସ୍ତ୍ରରେ ବିମଣ୍ଡିତ କରନ୍ତି । ଏହାପରେ ମହାପ୍ରଭୁଙ୍କ ସର୍ବାଙ୍ଗ ଚନ୍ଦନ ନୀତି ହେବା ପରେ ଚାଚେରୀ ବେଶ ହୁଏ । ଚାଚେରୀ ବେଶରେ ନାଲି ରଙ୍ଗର ପ୍ରାଧାନ୍ୟ ଦେଖିବାକୁ ମିଳିଥାଏ ।
ଚାଚେରୀ ବେଶରେ ଦିଅଁମାନେ ପିନ୍ଧିଥିବା ଶାଢ଼ୀ, ମସ୍ତକର ଶ୍ରୀକପଡ଼ା, ସବୁ ନାଲିରଙ୍ଗର ହୋଇଥାଏ । ଶ୍ରୀଜଗନ୍ନାଥ ଓ ଶ୍ରୀବଳଭଦ୍ରଙ୍କ ବିଗ୍ରହରେ ନଳୀଭୁଜ ଲାଗି କରାଯାଏ । ଏହି ବେଶରେ ମକରକୁଣ୍ଡଳ, ଚନ୍ଦ୍ରିକା, ଅଣ୍ଟାରେ ଅଣ୍ଟାପଟି, ଓଢ଼ିଆଣି ଏବଂ ଗଳାରେ ଗିନି ମାଳ, ଚାବୁକ ମାଳ, ପଦ୍ମମାଳି ଓ ହରଡ଼ ମାଳି ପରିଧାନ କରିଥାନ୍ତି ।