ବେଲପଡାକୁ ଏନ୍‌ଏସି ମାନ୍ୟତା ଦାବୀରେ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ବେଲପଡା ତହସିଲଦାରଙ୍କୁ ଦାବୀପତ୍ର ପ୍ରଦାନ

ପାଟଣାଗଡ଼, (ଗୋରେଖନାଥ ବରିହା) : କୋଶଲ ରାଜ୍ୟ ସମନ୍ୱୟ ସମିତି ଏବଂ ବିଭିନ୍ନ ସାମାଜିକ ସଂଗଠନ ତଥା ବେଳପଡା, ମାଲିମୁଣ୍ଡା, କୁଦୋଭଟା ଓ ପଦ୍ମପୁର ଗ୍ରାମର ପାଖାପାଖି କୋଡିଏ ହଜାର ଜନସାଧାରଣଙ୍କ ସାମୁହିକ ବିକାଶ ଦୃଷ୍ଟିରୁ କୋଶଲ ରାଜ୍ୟ ସଂମନ୍ଵୟ ସମିତି ତରଫରୁ ପ୍ରଥମ ପର୍ଯ୍ୟାୟରେ ଗତକାଲି କୋଶଲ ରାଜ୍ୟ ସଂମନ୍ଵୟ ସମିତିର ବ୍ଲକ ସଭାପତି ଜନାର୍ଦ୍ଧନ ସିଂଙ୍କ ନେତୃତ୍ୱରେ ବେଲପଡା ତହସିଲଦାର ପ୍ରଶାନ୍ତି ପଧାନଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏନ୍‌ଏସି ମାନ୍ୟତା ପ୍ରଦାନ ଦାବୀରେ ଦାବୀପତ୍ର ପ୍ରଦାନ କରାଯାଇଛି । ବର୍ତ୍ତମାନ ବେଲପଡାକୁ ଏକ ମିନି ସହର କହିଲେ ଅତ୍ୟୁକ୍ତି ହେବନାହିଁ । ବେଲପଡାରେ ଦୈନନ୍ଦିନ ହଜାର ହଜାର ଲୋକ ଦୁକାନ, ବଜାର, ଛାତ୍ରଛାତ୍ରୀ ମାନେ ସ୍କୁଲ କଲେଜ, ବିଭିନ୍ନ ସରକାରୀ ବେସରକାରୀ କାର୍ଯ୍ୟରେ ନିର୍ଭର କରିଥାନ୍ତି । ବେଲାପଡା ଏକ ଏନ୍ଏସି ହେବା ପାଇଁ ସବୁ ପ୍ରକାର ଭିତ୍ତିଭୂମି ଅଛି । ଏଣୁ ବେଲପଡାର କୋଡିଏ ହଜାର ଜନସାଧାରଣଙ୍କ ସାମୁହିକ ବିକାଶ ଦୃଷ୍ଟିରୁ ଯଥାଶୀଘ୍ର ଏନ୍ଏସି ମାନ୍ୟତା ପ୍ରଦାନ କରାଯିବା ପାଇଁ ଜନସାଧାରଣରେ ଦାବୀ ହେଉଛି । ଏହି ଦାବୀପତ୍ର ପ୍ରଦାନ ସମୟରେ ହରିଷ ବୁଡେକ, ମାଟୁ ବୁଡେକ, ରାଜପୁତ ବନମାଳୀ ନାଏକ, ସିପୁନ ଖମାରୀ, ଜିତୁ ନାଏକ ଶସି ମେହେର, ବିଷ୍ଠୁ ବୁଡେକ ନିରାକାର ବୁଡେକ, ସନ୍ୟସି ନାଏକ, ଇନ୍ଦ୍ର ବୁଡେକ, ପୁରୁଷୋତ୍ତମ ବାଗ, ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.