ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଜାନୁଆରୀ ମାସ ୨୫ ତାରିଖରେ ଗୋପାଳପୁର ବେଳାଭୂମି ମହୋତ୍ସବର ମେଗା ମାରାଥନ୍ ପ୍ରତିଯୋଗିତା ସଙ୍ଗଠିତ ହେବ ବୋଲି ସରକାରୀ ସୂତ୍ରରୁ ପ୍ରକାଶ ପାଇଛି । ଗୋପାଳପୁର ବେଳାଭୂମି ମହୋତ୍ସବକୁ ଅଧିକ ପ୍ରାଣବନ୍ତ କରିବାପାଇଁ ବାଳକ ଓ ବାଳିକାଙ୍କ ମଧ୍ୟରେ ମେଗା ମାରାଥନ୍ ପ୍ରତିଯୋଗିତା ଚଳିତ ମାସ ୨୫ ତାରିଖରେ ଅନୁଷ୍ଠିତ ହେବ । ପ୍ରଥମ ପୁରସ୍କାର ପାଇଁ ନଗଦ ଦଶ ହଜାର ଟଙ୍କା, ଦ୍ୱିତୀୟ ପୁରସ୍କାର ସାତ ହଜାର ଟଙ୍କା ଓ ତୃତୀୟ ପୁରସ୍କାର ପାଞ୍ଚ ହଜାର ଟଙ୍କା ରଖାଯାଇଛି । ଉଭୟ ବାଳକ ଏବଂ ବାଳିକାଙ୍କ ଏହି ଅର୍ଥରାଶି ପ୍ରଯୁଜ୍ୟ । ଏହି ଦୌଡ ପ୍ରତିଯୋଗିତା ଡୁରା ଜଙ୍କସନ୍ରୁ ଆରମ୍ଭ ହୋଇ ଏ.ଡି. କଲେଜ ଦେଇ ଗୋପାଳପୁର ବେଳାଭୂମି ଠାରେ ଶେଷ ହେବ । ମାରାଥନ୍ରେ ଯୋଗ ଦେବାକୁ ଇଚ୍ଛୁକ ଥିବା ବ୍ୟକ୍ତି ବିଶେଷ ଜାନୁଆରୀ ୨୫ ତାରିଖ ସକାଳ ଘ.୦୫.୩୦ମି. ସମୟରେ ଡୁରା ଜଙ୍କସନ୍ ଠାରେ ପଞ୍ଜିକରଣ କରିପାରିବେ । ଅନ୍ ଲାଇନ୍ ପଞ୍ଜିକରଣର ଶେଷ ତାରିଖ ଜାନୁଆରୀ ମାସ ୨୩ ତାରିଖ ଅଟେ ।