oom

ବିଙ୍ଗ ହ୍ୟୁମାନ ଫାଉଣ୍ଡେସନକୁ ପୁରିଲା ୯ ବର୍ଷ

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସାମାଜିକ ଅନୁଷ୍ଠାନ ବିଙ୍ଗ ହ୍ୟୁମାନ ଫାଉଣ୍ଡେସନ ନବମ ବର୍ଷରେ ପାଦ ଦେଇଛି । ୨୦୧୬ ମସିହାରୁ ଆରମ୍ଭ ହୋଇଥିବା ଅନୁଷ୍ଠାନ ରକ୍ତଦାନ, ଶବ ସତ୍କାର, ପରିବେଶ ସୁରକ୍ଷା, ଚିକିତ୍ସାରେ ସହାୟତା, ବନ୍ୟା,ବାତ୍ୟା ଆଦିରେ ନିସ୍ଵାର୍ଥପର ସେବା ଯୋଗାଇ ଆସିଛି । ଆଜି ନବମ ବର୍ଷ ପୂର୍ତ୍ତି ଅବସରରେ ଅନୁଷ୍ଠାନ କର୍ମକର୍ତ୍ତାମାନେ ପୁଇଁତଳା ବ୍ଳକ ମଳମୁଣ୍ଡା ସ୍ଥିତ କମାରବସ୍ତିରେ ଲୋକଙ୍କୁ ଖାଦ୍ୟ ତଥା ବସ୍ତ୍ରଦାନ କରି ପାଳନ କରିଛନ୍ତି । ତା’ ଛଡା ଅନୁଷ୍ଠାନର ପୁରୋଧା ସ୍ୱର୍ଗତ ଲଳିତ କୁମାର ନାୟକଙ୍କ ସୃତିରେ ଜାନୁଆରୀ ୧୧ ତାରିକରୁ ଗୋଟିଏ ସପ୍ତାହ ବ୍ୟାପି ରକ୍ତଭଣ୍ଡାର ତଥା ବିଭିନ୍ନ ସ୍ଥାନରେ ରକ୍ତଦାନ ଶିବିର ଆୟୋଜନ ହେବ ବୋଲି ଅନୁଷ୍ଠାନର ପ୍ରତିଷ୍ଠାତା ସୋମନାଥ ମିଶ୍ର କହିଛନ୍ତି । ଏହି ଅବସରରେ ଅନୁଷ୍ଠାନର ସଭାପତି ମୁକେସ ପଧାନ, ସମ୍ପାଦକ ବୁଲୁ ମହାକୁର, ରୂପା ଦାସ, ପ୍ରିୟା ମିଶ୍ର, ଶିବାନୀ ଜାଲ, ସ୍ୱପ୍ନା ସାହୁ, ସୁନିତା ବେହେରା, ମନୋଜ ଖମାରି, ଅନିଲ ନାଏକ, ମନ ନାଏକ, ଶୁଭ୍ରାନ୍ତ ନନ୍ଦ, ରଂଜିତ ପଧାନ, ଘନ ପଶୟତ, ପଞ୍ଚା ପଟ୍ଟନାୟକ, ଅରୁଣ ନାଏକ, କନ୍ଦର୍ପ ରଣା, ସାହିଲ ସିଂ,ବବଲୁ ବଗର୍ତି, ବେଣୁଧର ମହାକୁର, ଆଲୋକ ନାଗ, କୁନାଲ ସରକାର, ବିଶ୍ୱଜିତ ପଟେଲ ସହ ବହୁ ସଦସ୍ୟ ସଦସ୍ୟା ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.