ସମ୍ମାନର ସହ ଅସହାୟ ଶବ ସତ୍କାର କଲା ବିଙ୍ଗ ହ୍ୟୁମାନ ଫାଉଣ୍ଡେସନ୍‌

ବଲାଙ୍ଗିର, (କେପିଏନ୍‌ଏସ୍‌) : ବିଙ୍ଗ ହ୍ୟୁମାନ ଫାଉଣ୍ଡେସନ୍‌ ସମ୍ମାନର ସହ ଅସହାୟ ଶବ ସତ୍କାର କରିଥିବା ଜଣାପଡିଛି । ସୂଚନା ଅନୁସାରେ ବଲାଙ୍ଗିର ସହରରେ ଏକ ଅସହାୟ ମାନସିକ ରୋଗୀ ମୁଣ୍ଡରେ ପୋକ ସୁଲୁବୁଲୁ ହୋଇ ପଡିରହିଥିଲେ । ଏ ଖବର ପାଇ ବିଙ୍ଗ ହ୍ୟୁମାନ ଫାଉଣ୍ଡେସନ୍‌ର ସଦସ୍ୟମାନେ ତାଙ୍କୁ ବଲାଙ୍ଗିର ଡାକ୍ତରଖାନାରେ ଭର୍ତି କରିଥିଲେ । ବ୍ୟକ୍ତି ଜଣକ ଟିକେ ସୁସ୍ଥ ହେବାପରେ ମାନସିକ ସନ୍ତୁଳନ ଠିକ୍‌ ନ ଥିବାରୁ ଚାଲି ଯାଇଥିଲେ ଏବଂ ସଦର ବ୍ଲକ ସିନ୍ଦୁରବାହାଲରେ ପହଂଚିଥିଲେ ସେଠାରେ ମଧ୍ୟ ବିଙ୍ଗ ହ୍ୟୁମାନ ସଦର ବ୍ଲକର ସଦସ୍ୟ ତଥା ସିନ୍ଦୁରବାହାଲର ସଦସ୍ୟମାନେ ଆଶ୍ରୟ ଦେଇ ଖାଇବା ପିଇବା ବ୍ୟବସ୍ଥା କରି ଆସୁଥିଲେ । ଆଜି ସକାଳୁ ତାଙ୍କର ଦେହାନ୍ତ ହୋଇଗଲା । ପୁଣି ଅନୁଷ୍ଠାନର ସଦସ୍ୟମାନେ ଜାଣି ତାଙ୍କ ପାଖକୁ ପହଞ୍ଚିଥିଲେ ଏବଂ ସ୍ଥାନୀୟ ଶ୍ମଶାନକୁ ନେଇ ମର୍ଯ୍ୟାଦା ସହ ଶବ ସତ୍କାର କରିଥିଲେ । ଏହି ମହତ କାର୍ଯ୍ୟରେ ଅନୁଷ୍ଠାନର ପ୍ରତିଷ୍ଠାତା ସୋମନାଥ ମିଶ୍ରଙ୍କ ନେତୃତ୍ୱରେ ସଦର ବ୍ଲକ ସଭାପତି ବୀରେନ୍ଦ୍ର ସାହୁ, ଦେବେନ୍ଦ୍ର ସୁନା, ରାଜେନ୍ଦ୍ର ମନହିରା, ଉମର ମନହିରା, କନ୍ଦର୍ପ ରଣା, ଶ୍ରୀପତି ପଧାନ, ରିଙ୍କୁ ଦାସ, ବଣ୍ଟି ବେହେରା, ବିଜୟ ସା, ଶକ୍ତି ଅମାତ, କ୍ରିଷ୍ଣା କର୍ତ୍ତୀ, ଲକ୍ଷ୍ମୀକାନ୍ତ ବାଗ, ବିଶ୍ୱଜିତ ପଟେଲ, ନକୁଳ ସାହୁଙ୍କ ସହ ବହୁ ସଦସ୍ୟ ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.