oom

ନଗର କଂଗ୍ରେସ ତରଫରୁ ବହେରାପାଲି ବନ୍ଧର ପୁନଃଉଦ୍ଧାର ପାଇଁ ପଥପ୍ରାନ୍ତ ସଭା

jsmm

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ବଲାଙ୍ଗିର ନଗର କଂଗ୍ରେସ କମିଟି ତରଫରୁ ସ୍ଥାନୀୟ ବେହେରାପାଲିଠାରେ ବେହେରାପାଲି ବନ୍ଧର ପୁନଃଉଦ୍ଧାର ପାଇଁ ପଥପ୍ରାନ୍ତ ସଭାର ଆୟୋଜନ କରାଯାଇଥିଲା । ସୂଚନାଯୋଗ୍ୟ ଯେ ବଲାଙ୍ଗିର ସହରର ବିଭିନ୍ନ ବନ୍ଧ ଅବହେଳିତ ହୋଇ ପଡିରହିଛି । ଏ ଗୁଡିକର ଇତିହାସ ବହୁତ ପୁରୁଣା । ବାରମ୍ବାର ପୌରପାଳିକା ତରଫରୁ ପ୍ରତିଶ୍ରୁତି ମିଳୁଥିଲେ ମଧ୍ୟ ତାହା କାର୍ଯ୍ୟରେ ପରିଣତ ହୋଇପାରୁ ନାହିଁ । କଂଗ୍ରେସ ଦଳ ତରଫରୁ ବାରମ୍ବାର ଏହା ବିରୁଦ୍ଧରେ ସ୍ୱର ଉତ୍ତୋଳନ କରାଯାଇଥିଲେ ସୁଦ୍ଧା ପୌରପାଳିକା ନିରବଦ୍ରଷ୍ଟା ସାଜିଛି । ଏଥି ପାଇଁ ସ୍ଥାନୀୟ ବାସିନ୍ଦାଙ୍କ ମଧ୍ୟରେ ଗଭୀର ଜନ ଅସନ୍ତୋଷ ଦେଖା ଦେଇଛି । ବିଭିନ୍ନ ବନ୍ଧରେ ଥିବା ପାଣି ମନୁଷ୍ୟ ବ୍ୟବହାର ଯୋଗ୍ୟ ନୁହେଁ ବୋଲି ମତପ୍ରକାଶ ପାଇଥିଲା । ବକ୍ତାମାନେ ପୌରପାଳିକା ଓ ପୌରାଧ୍ୟକ୍ଷାଙ୍କୁ ସାଣିତ ସମାଲୋଚନା କରିଥିଲେ । ଫଟୋଉଠା ରାଜନୀତିରୁ ଉଦ୍ଧ୍ୱର୍କୁ ଯାଇ ଲୋକଙ୍କ ସମସ୍ୟା ସମାଧାନ ନିମନ୍ତେ ପୌରାଧ୍ୟକ୍ଷା ଚେଷ୍ଟା କରିବା ଉଚିତ ଏବଂ ସେ ଦିଗରେ ଯତ୍ନବାନ ହେବା ଉଚିତ ବୋଲି ମତପ୍ରକାଶ କରିଥିଲେ । ନଗର କଂଗ୍ରେସ ସଭାପତି ବୁଲୁ ଦାନିଙ୍କ ସଭାପତିତ୍ୱରେ ଆୟୋଜିତ ଏହି ପଥପ୍ରାନ୍ତ ସଭାରେ ଜିଲ୍ଲା କଂଗ୍ରେସ ଉପସଭାପତି ମନୀଷ ମିଶ୍ର, ଜୁଲୁ ପଟ୍ଟନାୟକ, ଅଜୟ ବାଲି, କିଶାନ କଂଗ୍ରେସ ଅଧ୍ୟକ୍ଷ ସାନନ୍ଦ ମିଶ୍ର, ସମୀର କୁମ୍ଭାର, ବ୍ରଜ ସେଠି, ଓମ୍‌ କୁମ୍ଭାର, ଜିଲ୍ଲା ଛାତ୍ର କଂଗ୍ରେସ ସଭାପତି ଅଙ୍କିତ ସାହୁ, ନଗର ଯୁବ କଂଗ୍ରେସ ସଭାପତି ନାସିର ଖାନ, ନିତିଶ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ ଏବଂ ଶେଷରେ ନଗର କଂଗ୍ରେସ ମିଡିଆସେଲ୍‌ ସଂଯୋଜନ ଲୋପନ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.