ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆୟୋଜିତ ହୋଇଯାଇଥିବା ବଲାଙ୍ଗିର କ୍ଲାସିକ ୨୦୨୬ରେ ସୁରେନ୍ଦ୍ର ବେହେରା ବଲାଙ୍ଗିର କ୍ଲାସିକ-୨୦୨୬ ଚମ୍ପିୟାନ ଆଖ୍ୟା ଲାଭ କରିଛନ୍ତି । ଓଡିଶାର ସବୁ ଜିଲ୍ଲାରୁ ଆସିଥିବା ପ୍ରାୟ ୧୨୦ ଜଣ ପ୍ରତିଯୋଗୀଙ୍କ ମଧ୍ୟରେ ଆୟୋଜିତ ଏହି ପ୍ରତିଯୋଗିତାରେ ବଡି ବିଲଡିଂରେ ୬ଟି ଓ ମେନ୍ସ ଫିଜିକ୍ରେ ୨ଟି ଗ୍ରୁପ ମଧ୍ୟରେ ପ୍ରତିଯୋଗିତା ହୋଇଥିଲା । ଜିଲ୍ଲା ଆମେଚର ବଡି ବିଲଡର୍ସ ଆସୋସିଏସନ ଦ୍ୱାରା ଆୟୋଜିତ ଏହି ପ୍ରତିଯୋଗିତାରେ ୫୫ କେଜି ବର୍ଗରେ ରବିନ୍ଦ୍ର ସିକା ପ୍ରଥମ ୬୦ କେଜି ବର୍ଗରେ ଦେବାଶିଷ ମହାନନ୍ଦ ପ୍ରଥମ, ୬୫ କେଜି ବର୍ଗରେ କୁଶ ଭୁଏ ପ୍ରଥମ ୭୦ କେଜି ବର୍ଗରେ ଏସ୍.କେ. ଜାଇନୁଲ ପ୍ରଥମ, ୭୫ କେଜି ବର୍ଗରେ ସୁରେନ୍ଦ୍ର ବେହେରା ପ୍ରଥମ ଓ ୮୦ କେଜି ବର୍ଗରେ ଶୁଭମ ମିଶ୍ର ପ୍ରଥମ ସ୍ଥାନ ଲାଭ କରିଥିଲେ । ସେହିପରି ମେନ୍ସ ଫିଜିକ୍ ପ୍ରତିଯୋଗିତାରେ ପ୍ରଥମ ଗ୍ରୁପରେ ହେମନ୍ତ କାଲସାଏ ଓ ଦ୍ୱିତୀୟ ଗ୍ରୁପରେ ଶୁଭଙ୍କର ରାଉତ ବିଜୟ ଲାଭ କରିଥିଲେ । ମହିଳା ପ୍ରତିଯୋଗୀଙ୍କ ମଧ୍ୟରେ ହୋଇଥିବା ପ୍ରତିଯୋଗିତାରେ ନିଜ ନିଜ ଗ୍ରୁପରେ କଲ୍ୟାଣୀ ଦାସ ଓ ଅନିତା ମିଶ୍ର ପ୍ରଥମ ସ୍ଥାନ ଲାଭ କରିଥିଲେ । ବଡି ବିଲଡିଂରେ ସମସ୍ତ ଗ୍ରୁପରେ ପ୍ରଥମ ହୋଇଥିବା ପ୍ରତିଯୋଗୀଙ୍କ ମଧ୍ୟରେ ଚମ୍ପିୟାନ ଅଫ୍ ଚମ୍ପିୟାନସ ପ୍ରତିଯୋଗିତାରେ ସୁରେନ୍ଦ୍ର ବେହେରା ଚମ୍ପିୟାନ ହୋଇଥିଲେ । ଜିଲ୍ଲା ସଭାପତି ତଥା ଓଡିଶା ବଡି ବିଲଡିଂ ଆସୋସିଏସନର କାର୍ଯ୍ୟକାରୀ ସଭାପତି ସଂଜୟ ଶତପଥି (ବୁଲୁ)ଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଓଜିଲ ସଂଘର ପୂର୍ବତନ ସଭାପତି ଅମ୍ବରେଶ ତ୍ରିପାଠି, ବିଡିଜିଏ ହେଲ୍ଥ କ୍ଲବର ସଂପାଦକ ସଂଗ୍ରାମ ବହିଦାର, ବିଜେପିର ବରିଷ୍ଠ ସଭ୍ୟ ଗୋପାଳଜୀ ପାଣିଗ୍ରାହୀ, ବିଙ୍ଗ ଷ୍ଟ୍ରଙ୍ଗର ଓନର ଶୁଭମ ଦର୍ଜି, ବୌଦ୍ଧ ବି.ସି.ବି. ବ୍ୟାଙ୍କ ମୁଖ୍ୟ ଭାସ୍କର ରାଓ ଆଚାରୀ ଓ ବିଜେଡିର ବରିଷ୍ଠ ସଭ୍ୟ ବିଧୂଭୂଷଣ ତ୍ରିପାଠି ଅତିଥି ଭାବରେ ଯୋଗ ଦେଇଥିଲେ । ପ୍ରତିଯୋଗିତାକୁ ରୁପକ କୁମାର ବରାଳ ପରିଚାଳନା କରିଥିବା ବେଳେ ବିରଂଚି ନାରାୟଣ ମିଶ୍ର, ଶିବ ମହାରଣା ବିଚାରକ ଦାୟିତ୍ୱ ତୁଳାଇଥିଲେ । ବବନ ମିଶ୍ର, ରାମ ସିଂ, ଅନିଲ ନାଏକ, ଜିତେନ୍ଦ୍ର ନାଗ, ସାର୍ଥକ ଶ୍ରୀବାସ୍ତବ, ଜୟନାରାୟଣ ବହିଦାର, ରାଜୁ, ସତ୍ୟ ହୋତା, ଶମ୍ଭୁ ଭୋଇ ପ୍ରମୁଖ ସହାୟତା କରିଥିଲେ ।