oom

ଝଡିବର୍ଷାରେ ରାସ୍ତାଘାଟ ବେହାଲ

jsmm

ନୂଆପଡ଼ା, (ନିରାକାର ମେହେର) : ନୂଆପଡ଼ା ଜିଲ୍ଲା ଖଡ଼ିଆଳ ସହର ସମେତ ଗ୍ରାମାଞ୍ଚଳରେ ଗତ ଏକ ସପ୍ତାହ ହେଲା ଝଡିବର୍ଷା ଲାଗି ରହିଛି । ଯାହାଫଳରେ ରାସ୍ତାଘାଟ ବେହାଲ ହୋଇପଡିଛି । ଖଡ଼ିଆଳ ୩୫୩ ନମ୍ବର ଜାତୀୟ ରାଜପଥ ସାନମହେଶ୍ୱର ଗ୍ରାମ ପଞ୍ଚାୟତ ସୁନାମୁଦି ଗ୍ରାମଠାରୁ ରାଜମୁଣ୍ଡା ଗ୍ରାମ ପର୍ଯ୍ୟନ୍ତ ରାସ୍ତାରେ ପାଣି ଜମି ରହିଛି । ସୂଚନାଯୋଗ୍ୟ ଯେ, କିଛି ବର୍ଷ ତଳେ ଏହି ରାସ୍ତା ପିଚୁ ହୋଇଥିଲା । କିନ୍ତୁ ବର୍ତ୍ତମାନ ଏହି ପିଚୁ ଉଠିଯାଇ ବଡ଼ ବଡ଼ ଗର୍ତ୍ତ ହୋଇପଡ଼ିଛି । ଯାହାଫଳରେ ସ୍ୱଳ୍ପ ବର୍ଷାରେ ମଧ୍ୟ ଗର୍ତ୍ତମାନଙ୍କରେ ପାଣି ଭର୍ତ୍ତି ହୋଇଯିବାରୁ ଯାତାୟାତରେ ବାଧା ସୃଷ୍ଟି ହୋଉଥିବା ଅଭିଯୋଗ ହୋଇଛି । ଏଥିପ୍ରତି ବ୍ଲକ ପ୍ରଶାସନ ତୁରନ୍ତ ଦୃଷ୍ଟି ଦେଇ ରାସ୍ତା ମରାମତି କରିବା ପାଇଁ ସ୍ଥାନୀୟ ଜନସାଧାରଣ ଦାବୀ କରିଛନ୍ତି ।

jittmm
Leave A Reply

Your email address will not be published.