om academy

ଭୀମ ଭୋଇ ମେଡିକାଲରେ କାର୍ଯ୍ୟକ୍ଷମ ହେଲା କେନ୍ଦ୍ରୀୟ ଅମ୍ଳଜାନ ବିତରଣ କେନ୍ଦ୍ର

jsm

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଭୀମ ଭୋଇ ମେଡିକାଲ କଲେଜରେ କେନ୍ଦ୍ରୀୟ ଅମ୍ଳଜାନ ବିତରଣ କେନ୍ଦ୍ର କାର୍ଯ୍ୟକ୍ଷମ ହୋଇଛି । ବଲାଙ୍ଗିର ଜିଲ୍ଲାପାଳ ଚଂଚଲ ରାଣା, ଡାକ୍ତରଖାନା ସୁପରିଷ୍ଟେଣ୍ଡେନ୍ଟ ଶ୍ରୀ ନାଏକଙ୍କ ଉପସ୍ଥିତିରେ ଏହାର ଶୁଭାରମ୍ଭ କରିଛନ୍ତି । ଏହା ଦ୍ୱାରା ଗରୁତୁର ରୋଗୀମାନଙ୍କୁ ସିଧା ସଳଖ ପାଇପ ଯୋଗେ ରୋଗୀଶଯ୍ୟା ପାଖରେ ଅମ୍ଳଜାନ ଯୋଗାଯାଇ ପାରିବ । ଅମ୍ଳଜାନ ସିଲିଣ୍ଡର ଶଯ୍ୟା ପାଖକୁ ବୋହି ନେବା ଆବଶ୍ୟକତା ରହିବ ନାହିଁ । ଯଦ୍ୱାରା ରୋଗୀ ଆବଶ୍ୟକ ସମୟରେ ତୁରନ୍ତ ଅମ୍ଳଜାନ ପାଇବା ସହ, ଏଭଳି ଘଡିସନ୍ଧି ମୁହୁର୍ତ୍ତ ସିଲିଣ୍ଡର ବୋହିବାରେ ନିୟୋଜିତ ମାନବ ସମ୍ବଳର ଅନ୍ୟତ୍ର ଉପ ଯୋଗ କରାଯାଇ ପାରିବ ବୋଲି ଜିଲ୍ଲାପାଳ ଗଣମାଧ୍ୟମକୁ ଜଣାଇଛନ୍ତି । ଦୁଇ ବର୍ଷ ତଳେ ସରକାର ସମସ୍ତ ମେଡିକାଲ କଲେଜକୁ ଏହି କେନ୍ଦ୍ର ମରାମତି ପାଇଁ ପ୍ରାୟ ଚାରି କୋଟି ରାଶି ପ୍ରଦାନ କରିଥିଲେ । ବଲାଙ୍ଗିରରେ ଏହାର କାମ ଚାଲିଥିଲା । ବର୍ତ୍ତମାନ କରୋନା ପରିସ୍ଥିତିର ମୁକାବିଲା ପାଇଁ ଯୁଦ୍ଧକାଳୀନ ଭିତ୍ତିରେ ଏହାକୁ ସଂପୁର୍ଣ୍ଣ କରାଯାଇଥିଲା । ଏହି କେନ୍ଦ୍ରରେ ଅମ୍ଳଜାନ ଉତ୍ପାଦନ ହେବ ନାହିଁ । ଏଠାରେ ୪୮ଟି ଜମ୍ଭୋ ସିଲିଣ୍ଡର ଖଞ୍ଜା ଯାଇ ପାଇପ୍ ଯୋଗେ ୪୦ଟି କୋଭୀଡ ଆଇସିୟୁ , ୧୮ଗୋଟି ଜେନେରାଲ ଆଇସିୟୁ, ସମସ୍ତ ଅପରେସନ ଥିଏଟର ଓ କେଜୁଏଲଟିକୁ ଅମ୍ଳଜାନ ଯୋଗାଜିବା ବ୍ୟବସ୍ଥା ରହିଛି । ଏହା ସତ୍ୱେ ଅମ୍ଳଜାନ ପାଇଁ ଭୀମ ଭୋଇ ମେଡିକାଲକୁ କେସିଙ୍ଗା ଓ ଜୁନାଗଡର ଅମ୍ଳଜାନ କାରକାନ ଉପରେ ନିର୍ଭର କରିବାକୁ ପଡୁଥିବା ବେଳେ ଏଠାରେ ଏକ ଅମ୍ଳଜାନ କାରଖାନ ହେଲେ ଭୀମ ଭୋଇ ମେଡିକାଲ ଆତ୍ମନିର୍ଭର ହେବା ସହ ଅନ୍ୟତ୍ର ଅମ୍ଳଜାନ ଯୋଗାଇ ପାରିବ ବୋଲି ଶ୍ରୀ ନାଏକ କହିଛନ୍ତି । ତେବେ ଏହି କେନ୍ଦ୍ର ଆରମ୍ଭ ହେବା ପରେ ଏହା ଅକ୍ସିଜେନ ପ୍ଲାନ୍ଟ ନା ବିତରଣ କେନ୍ଦ୍ର ତାହ ଉପରୁ ପର୍ଦ୍ଦା ଉଠିବା ସହ ଏହାକୁ ନେଇ ହେଉଥିବା ବିବାଦର ଅନ୍ତ ଘଟିଛି । ଭୀମ ଭୋଇ ମେଡିକାଲ କଲେଜରେ କେନ୍ଦ୍ରୀୟ ବିତରଣ କେନ୍ଦ୍ର ସ୍ଥାପନ ପରେ ବଲାଙ୍ଗିରରେଏକ ଅକ୍ସିଜେନ ଉତ୍ପାଦନ ପ୍ଲାନ୍ଟର ଆବଶ୍ୟକତା ବେଶ ଅନୁଭୁତ ହେଉଛି ।

Leave A Reply

Your email address will not be published.