୮ ମାସର ଗର୍ଭବତୀ ନବବଧୂଙ୍କୁ ପିଟିପିଟି ହତ୍ୟା ନେଇ ଏସପିଙ୍କ ବଡ ବୟାନ

ସୁବର୍ଣ୍ଣପୁର, ( ରାଜ କିଶୋର ତ୍ରିପାଠ ) : ସୁବର୍ଣ୍ଣପୁର ସହରର ରାମକୃଷ୍ଣ ନଗରଠାରେ ଭଡ଼ାରେ ରହୁଥିବା ବୌଦ୍ଧ ଜିଲ୍ଲା ବାଉଁଶୁଣି ଥାନା ସାନ ଯାଲୋଇ ଗାଁର ଉତ୍ତମ ପାଣିଗ୍ରାହୀଙ୍କ ପୁଅ ଲିଙ୍କନ ପାଣିଗ୍ରାହୀ ତାଙ୍କ ସ୍ତ୍ରୀ ରୁନୁକୁ ଯୌତୁକ ପାଇଁ ପିଟିପିଟି ହତ୍ୟା ମାମଲାର ପର୍ଦ୍ଦା ଫାଶ ହେବାପରେ ଆଜି ସୁବର୍ଣ୍ଣପୁର ଏସପି ନାରାୟଣ ନାଏକ ସାମ୍ୱାଦିକ ସମ୍ମିଳନୀରେ ସମସ୍ତ ସୂଚନା ପ୍ରଦାନ କରିଛନ୍ତି । ମନମୁଣ୍ଡା ଥାନା ବ୍ରାହ୍ମଣୀ ଗାଁର ଦାମୋଦର ମିଶ୍ର ବୌଦ୍ଧ ଜିଲ୍ଲା ବାଉଁଶୁଣି ଥାନା ଯାଲୋଇ ଗାଁରେ ଉତ୍ତମ ପାଣିଗ୍ରାହୀଙ୍କ ପୁଅ ଲିଙ୍କନ ପାଣିଗ୍ରାହୀଙ୍କ ସହିତ ନିଜ ଝିଅ ରୁନୁକୁ ବୈଦିକ ରୀତି ନିତିରେ ୨୦୨୫ରେ ଏପ୍ରିଲରେ ବାହାଘର କରିଥିବା ଓ ଗତ ୧୮-୦୨ – ୨୬ରେ ଝିଅକୁ ସ୍ଵାମୀ ଲିଙ୍କନ ପାଣିଗ୍ରାହୀ ଝିଅର ଶାଶୂ ଶାନ୍ତିଲତା ପାଣିଗ୍ରାହୀଙ୍କ ସହଯୋଗରେ ହତ୍ୟା କରିଥିବା ବିଷୟ ଏସପି ସୂଚନା ଦେଇଥିଲେ । ଗତକାଲି ସାଇଣ୍ଟିଫିକ ଟିମ୍ ଲିଙ୍କନ୍ ରହୁଥିବା ରାମକୃଷ୍ଣ ନଗରସ୍ଥିତ ଭଡାଘରେ ଛାନଭିନ କରିଥିବାବେଳେ ସମସ୍ତ ପ୍ରମାଣ ଯୋଗାଡ କରିଛି । ମୃତ ରୁନୁ ମିଶ୍ରଙ୍କ ଦେହସାରା ଅନେକ କ୍ଷତ ଚିହ୍ନଥିବା ଶବ ବ୍ୟବଚ୍ଛେଦ ବେଳେ ଦେଖିବାକୁ ମିଳିଥିବା ଓ ପାରିପାର୍ଶ୍ବିକ ପ୍ରମାଣ ଆଧାରରେ ଗତକାଲି ସ୍ଵାମୀ ଓ ଶାଶୂଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି ବୋଲି କହିଥିଲେ । ଏବଂ ମୃତ ରୁନୁ ମିଶ୍ରଙ୍କ ପେଟରେ ଏକ ମୃତ ଶିଶୁପୁତ୍ର ଥିବା କଥା ମଧ୍ୟ ସୂଚନା ଦେଇ ତାହା ଦୁର୍ଭାଗ୍ୟ ଜନକ ବୋଲି କହିଥିଲେ ।

Leave A Reply

Your email address will not be published.