jayashree

ସାମ୍ଭାବ୍ୟ ବାତ୍ୟା ନିମନ୍ତେ ସୂଚନା

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁଯାୟୀ ଉତ୍ତର ଆଣ୍ଡାମାନ ସାଗର ଏବଂ ଏହାର ଆଖପାଖ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ଆସନ୍ତା ୪୮ ଘଣ୍ଟା ମଧ୍ୟରେ ସୃଷ୍ଟି ହେବାର ସମ୍ଭାବନା ଅଛି । ଆସନ୍ତା ୨୨ ତାରିଖ ସୁଦ୍ଧା ଏହା ଅବପାତରେ ପରିଣତ ହେବାର ସମ୍ଭାବନା ଅଛି । ପରବର୍ତ୍ତୀ ସମୟରେ ଏହା କେନ୍ଦ୍ରୀଭୂତ ହୋଇ ଏକ ସାଇକ୍ଲୋନିକ୍‌ ଷ୍ଟ୍ରୋମରେ ପରିଣତ ହେବାର ସମ୍ଭାବନା ରହିଛି । କିନ୍ତୁ ଏହା କେଉଁ ଦିଗରେ ଗତି କରିବ ଓ ତାହାର ତୀବ୍ରତା ଏବଂ ପ୍ରଭାବ ଏ ପର୍ଯ୍ୟନ୍ତ ପୂର୍ବାନୁମାନ କରାଯାଇନାହିଁ । ଆସନ୍ତା ଦୁଇ ତିନିଦିନ ମଧ୍ୟରେ ଏହା ଉପରେ ସ୍ପଷ୍ଟ ଚିତ୍ର ମିଳିବାର ସମ୍ଭାବନା ଅଛି । ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ସ୍ୱତନ୍ତ୍ର ରିଲିଫ୍‌ କମିଶନର ବିଭିନ୍ନ ବିଭାଗ ଏବଂ ଉପକୂଳବର୍ତ୍ତୀ ଜିଲ୍ଲାଗୁଡିକର ଜିଲ୍ଲା ପ୍ରଶାସନ ସହିତ ସାମ୍ଭାବ୍ୟ ପରିସ୍ଥିତିର ମୁକାବିଲା ପାଇଁ ଆଜି ପ୍ରାକ୍‌ ପ୍ରସ୍ତୁତି ସମ୍ବନ୍ଧରେ ଆଲୋଚନା କରିଛନ୍ତି । ସମ୍ପୃକ୍ତ ପଦାଧିକାରୀମାନଙ୍କୁ ନିଜର ହେଡକ୍ୱାର୍ଟର ନଛାଡିବା ପାଇଁ ପରାମର୍ଶ ଦିଆଯାଇଛି । ରାଜ୍ୟ ସରକାର ପରିସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖିଛନ୍ତି ।

Leave A Reply

Your email address will not be published.