oom

ଗଞ୍ଜାମ ବ୍ଲକର ସଭାଗୃହରେ ସମ୍ଭାବ୍ୟ ବାତ୍ୟା ପାଇଁ ପ୍ରସ୍ତୁତି ବୈଠକ

jsmm

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ବ୍ଲକର ସଭାଗୃହରେ ସମ୍ଭାବ୍ୟ ବାତ୍ୟା ସାମ୍ନା କିପରି କରିବା ତା’ନେଇ ଏକ ପାକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ କାମଧେନୁ ସେବା ସମିତି ସମ୍ପାଦକ ଟୁନା ମହାରଣା ବାତ୍ୟା ସମୟରେ କିଭଳି ସଫଳ ମୁକାବିଲା କରିବା ତାହା ସୂଚନା ଦେଇଥିଲେ ।ବ୍ଲକ ଅଧକ୍ଷା ଶର୍ମିଷ୍ଠା ପ୍ରଧାନ, ବିଡ଼ିଓ ବସନ୍ତ କୁମାର ମଲିକ, ତହସିଲଦାର କୁଞ୍ଜ ବିହାରୀ ବଡ଼ଜେନା, ଏବିଡ଼ିଓ ଭବାନୀ ଶଙ୍କର ପ୍ରଧାନ, ଜିଲ୍ଲାପରିଷଦ ସଭ୍ୟ ସନା ବେହେରା ଉପାଧକ୍ଷ ଅନ୍ତଯ୍ୟାମୀ ବେହେରା ପ୍ରମୁଖ ମଞ୍ଚାସୀନ ଥିଲେ । ବାତ୍ୟା ମୁକାବିଲା ପାଇଁ ବ୍ଲକ ପ୍ରଶାସନ ସମ୍ପୂର୍ଣ ସଜାଗ ଥିବା ସୂଚନା ମିଳିଛି । ବାତ୍ୟା ସମୟରେ ପ୍ରାୟ ୧୦୬ ସେଭ ସେଣ୍ଟର ଚିହ୍ନଟ ହୋଇଥିବା ବ୍ଲକ ପ୍ରଶାସନ ପକ୍ଷରୁ କୁହାଯାଇଛି । ସେଥି ମଧ୍ୟରୁ ୭୧ଟି ସ୍କୁଲ ରହିଛି । ସେଗୁଡିକ ଯୁଦ୍ଧକାଳୀନ ଭିତ୍ତିରେ ସଫେଇ, ପିଇବା ପାଣି ଓ ସାନିଟେସନ ଆଦି ବ୍ୟବସ୍ଥା କରାଯିବାକୁ ଆଲୋଚନା ହୋଇଥିଲା । ସେଠାରେ ବୟସ୍କ, ଗର୍ଭବତୀ ଓ ଶିଶୁମାନଙ୍କୁ ସୁରକ୍ଷିତ ଭାବେ ରଖାଯିବା ନିମନ୍ତେ ନିସ୍ଵତୀ ଗ୍ରହଣ କରାଯାଇଛି । ବାତ୍ୟା ସମୟରେ ଏହି ବ୍ଲକର ୧୫ ପଞ୍ଚାୟତକୁ ୪ଟି ଓଡ୍ରାଫ ଟିମ ନିୟୋଜିତ ହେବେ ବୋଲି ବିଡ଼ିଓ ସୂଚନା ଦେଇଛନ୍ତି । ଏହି ବୈଠକରେ ବ୍ଲକ ସହକାରୀ ନିର୍ବାହୀ ଯନ୍ତ୍ରୀ ସୁଶୀଲ କୁମାର ପଣ୍ଡା, ସହକାରୀ ଯନ୍ତ୍ରୀ ଦିଗାମ୍ବର ନାୟକ, ହୁମା ଫାଣ୍ଡି ଅଧିକାରୀ ସୁବ୍ରଜିତ ସାମନ୍ତରା, ଗଞ୍ଜାମ ଥାନା ଏସ.ଆଇ.ଏସ. କେ ରାୟ, ବାତ୍ୟା ଆଶ୍ରୟ ସ୍ଥଳୀ ସମ୍ପାଦକ ତ୍ରିଲୋଚନ ପ୍ରଧାନଙ୍କ ସମେତ ପୋଇରାଶି ପଞ୍ଚାୟତ ସରପଞ୍ଚ ରବୀନ୍ଦ୍ର ବେହେରା ରାଜପୁରୁ ସରପଞ୍ଚ ରଞ୍ଜନ ପଲ୍ଲାଇ , ଗୀତାଞ୍ଜଳି ବେହେରା, ମମି ଦାଶ, ଦ୍ରୁବ ଚରଣ ପଲ୍ଲାଇ, ସାନୁ ମହାପାତ୍ର, ସୁଦାମ ବେହେରା ବିଦ୍ୟାଧର ପ୍ରଧାନ, ବିଭିନ୍ନ ପଞ୍ଚାୟତ ସମିତି ମେମ୍ବର, ସରପଞ୍ଚ ଓ ବିଭିନ୍ନ ବିଭାଗର ବିଭାଗୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.