jayashree

ଛତ୍ରପୁର ସରକାରୀ ବାଳିକା ଉଚ୍ଚବିଦ୍ୟାଳୟର ୧୯୯୯ ମସିହା ମାଟ୍ରିକ ବ୍ୟାଚ୍‌ର ଛାତ୍ରୀଙ୍କ ବନ୍ଧୁତ୍ୱ ଦିବସ ପାଳନ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ୧୯୯୯ ମସିହା ମାଟ୍ରିକ ବ୍ୟାଚ୍‌ର ଛାତ୍ରୀମାନେ ସମିଳିତ ହୋଇ ଆନନ୍ଦ ଉଲ୍ଲାସରେ ବନ୍ଧୁତ୍ୱ ଦିବସ ପାଳନ କରିଥିଲେ । ଗୋପଲପୁର ବେଳାଭୂମି ନିକଟରେ ଏକ ଘରୋଇ ହୋଟେଲରେ ଆୟୋଜିତ ବନ୍ଧୁମିଳନ ସଭାରେ ଉପସ୍ଥିତ ଥିବା ସମସ୍ତ ବାନ୍ଧବୀମାନେ ଅତି ଆନନ୍ଦ ଉଲ୍ଲାସରେ ସମୟ ବିତାଇଥିଲେ । ବାଲ୍ୟକାଳର ସେହି ଦିନମାନଙ୍କୁ ମନେ ପକାଇ ଛାତ୍ରୀମାନେ ପୁଣିଥରେ ସେହି ପୁରୁଣା ଦିନକୁ ଫେରିଯାଇଥିଲେ । କିଛି ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିବା ପରେ ଭୋଜିଭାତ ଖାଇ ନିଆରା ମଣିଷ ପ୍ରେମରେ ଖୁସି ମାନାଇଥିଲେ । ଛାତ୍ରୀ ବେଳର ଅଭୁଲା ସ୍ମୁତିକୁ ମନେ ପକାଇବା ଓ ବନ୍ଧୁତ୍ୱକୁ ଆହୁରି ସୁଦୃଢ କରିବା ପାଇଁ ଆଗକୁ ଏମିତି କାର୍ଯ୍ୟକ୍ରମ ଆୟୋଜନ ଉପରେ ସମସ୍ତେ ଗୁରୁତ୍ଵ ପ୍ରକାଶ କରିଥିଲେ । ଆଗାମୀ ଦିନରେ ମଧ୍ୟ ଏଭଳି ବନ୍ଧୁତ୍ୱ ସମ୍ପର୍କକୁ ନିବିଡ଼ ବନ୍ଧନରେ ବାନ୍ଧି ହେବାର ସୁଯୋଗ ନେବା ଆବଶ୍ୟକ ବୋଲି ପ୍ରକାଶ କରି ଏହା ମଧ୍ୟ ସମାଜର ଅନ୍ୟସମସ୍ତ ଯୁବପୀଢ଼ିଙ୍କୁ ଛାତ୍ରୀମାନେ ଏହି ଆଦର୍ଶ ବାର୍ତ୍ତା ବହନ କରିଛନ୍ତି ।

Leave A Reply

Your email address will not be published.