
ସୁବର୍ଣ୍ଣପୁର, (କେପିଏନ୍ଏସ୍) : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ଗୋଷ୍ଠୀ ସହଶିକ୍ଷାଧିକାରୀ ବଟକୃଷ୍ଣ ପାଢ଼ୀଙ୍କ ଅବସର କାଳୀନ ସମ୍ବର୍ଦ୍ଧନା ସଭା ବ୍ଲକ ଶିକ୍ଷାଧିକାରୀ ଗଣେଷ କିଷାନଙ୍କ ସଭାପତିସ୍ତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏବିଇଓ ତଥା ବିଆରସିସି ଗଞ୍ଜଲୁ ମିର୍ଧା ଓ ଏବିଇଓ ଜଗତ ମଲ୍ଲିକ ଯୋଗଦେଇ ଉପଢୌକନ, ମାନ ପତ୍ର ଓ ଫୁଲତୋଡ଼ା ଦେଇ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ । ପୂର୍ବତନ ସିଆରସିସି ସୁରେଶ ପୂଜାରୀ, ଡାକ୍ତର ପତି, ସଲିଲ ସାହୁ, ପୌଲସ୍ତି ବାରିକ, ଥବିର ବୁଡ଼େକ, ହାରାଧନ ବେରିଆ, ଥବିର ଦୋରା, ବର୍ତମାନର ସିଆରସିସି ସୁରେନ୍ଦ୍ର ରଥ, ପ୍ରବୀର ଭୋଇ, ରମେଶ ଭୋଇ, ଚିତ୍ତରଞ୍ଜନ ଠାକୁର, ସୁରେଶ ନାୟକ, ଦିଲ୍ଲୀପ ପଧାନ, ସୁଧାଂସୁ ସାହୁ, ନୀଳକଣ୍ଠ ନାଏକ, ରଞ୍ଜନ ଦାଶ, ସୌରଭ ସାହୁ, ରାଧେଶ୍ୟାମ ରଥ, ସୁନୀଲ ସେଟ, ପ୍ରଦୀପ୍ତ କିଶୋର ଦାଶ, ବିଆରଟି ମନୋଜ ସାହୁ, ସୀତାରାମ ପଧାନ ଯୋଗଦେଇ ଅବସର ପ୍ରାପ୍ତ ଏବିଇଓ ବଟକୃଷ୍ଣ ପାଢ଼ୀଙ୍କ ଗୁଣଗାନ କରିଥିଲେ । ଅବସର ପ୍ରାପ୍ତ ଏବିଇଓ ଶ୍ରୀଯୁକ୍ତ ପାଢ଼ୀ ନିଜ ବକ୍ତବ୍ୟରେ ନିଜ ଶିକ୍ଷକତା ଜୀବନର ବିଗତ ଦିନର କଥା ଓ ବ୍ଲକର ଶିକ୍ଷା ପରିବାରର ସ୍ନେହ ଶ୍ରଦ୍ଧା ଓ କର୍ମ ତତ୍ପରତା ବିଷୟରେ ସ୍ମୃତି ଚାରଣ କରି ଛାତ୍ରଛାତ୍ରୀଙ୍କ ଶିକ୍ଷାର ବିକାଶ ପାଇଁ ନିରନ୍ତର ପ୍ରୟାସ କରିବା ଏକ ଆଦର୍ଶ ଶିକ୍ଷକର ଗୁଣ ବୋଲି କହିଥିଲେ । ବ୍ଲକ ଶିକ୍ଷା କାର୍ଯ୍ୟାଳୟର ସରୋଜ ମେହେର, ସମୀର ପଧାନ, ଅରୁଣ ଥପା, ଯଜ୍ଞଦତ୍ତ ବିଶ୍ୱାଳ, ଶ୍ରଦ୍ଧା ସାହୁ, ବିନାୟକ ମିଶ୍ର, ସେବକ ସା, ବିଭୁତି ପଧାନ ଓ ସ୍ୱେଚ୍ଛାସେବୀମାନେ ସହଯୋଗ କରିଥିଲେ । ସ୍ଥାନୀୟ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ କରମ ଚନ୍ଦ୍ର ବାରିକ ମାନପତ୍ର ପଠନ କରିଥିଲେ । ତମାମୁରା ସିଆରସିସି ଶୁଭଲାଲ ସାହୁ ସଭା ପରିଚାଳନା କରିଥିବା ବେଳେ ଗଜବନ୍ଧ ସିଆରସିସି ଧନ୍ୟବାଦ ଅର୍ପଣ କରିଥିଲେ ।