om academy

ଖପ୍ରାଖୋଲରେ ବାତଜ୍ଵର ନିରାକରଣ କାର୍ଯ୍ୟକ୍ରମର ଶୁଭାରମ୍ଭ

jsm
  • ନିଜେ ଔଷଧ ଖାଇ ଆରମ୍ଭ କଲେ ମେଡିକାଲ ଅଫିସର

ଖପ୍ରାଖୋଲ, (ଅଶୋକ ବାଗ) : ସରକାର ସାରା ରାଜ୍ୟରେ ବାତଜ୍ଵର ବା ଫାଇଲେରିଆ ନିରାକରଣ ପାଇଁ ଅଭିଯାନ ଆରମ୍ଭ କରିଛନ୍ତି । ଏହି ଅବସରରେ ଖପ୍ରାଖୋଲ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରଠାରେ ବାତଜ୍ଵର ନିରାକରଣ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଯାଇଛି । ଏହି ଅବସରରେ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ମେଡିକାଲ ଅଫିସର ଡାକ୍ତର ସୁରଜ କୁମାର ଦୀପ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିବା ବେଳେ ନିଜେ ପ୍ରଥମେ ଔଷଧ ସେବନ କରିଥିଲେ । ଆଗାମୀ ୧୮ ତାରିଖ ଯାଏଁ ସବୁ ଗାଁରେ ସବୁ ବୟସର ଲୋକଙ୍କୁ ମାଗଣା ବାତଜ୍ଵର ବା ଫାଇଲେରିଆ ନିରାକରଣ ଔଷଧ ବଣ୍ଟନ କରାଯିବ । ଗାଁ ଗାଁରେ ଆଶାକର୍ମୀ, ଅଙ୍ଗନବାଡ଼ି କର୍ମୀମାନେ ସଚେତନତା ସୃଷ୍ଟିକରି ଔଷଧ ବଣ୍ଟନ କରିବେ ବୋଲି ଜଣାପଡିଛି । ଶୁଭାରମ୍ଭ ଅବସରରେ ଅନ୍ୟମାନଙ୍କ ମଧ୍ୟରେ ଏମ୍‌ଟିଏସ୍‌ ସୁଶୀଲ କୁମାର ପାଣିଗ୍ରାହୀ, ଡ଼ା ଅଂଶୁପା ଭୋଇ, ବ୍ଲକ୍ ଜନ ସ୍ଵାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ ନାରାୟଣ ପ୍ରଧାନି, ଦୁର୍ଯ୍ୟୋଧନ ସାହୁ, ବିକାଶ ତ୍ରିପାଠୀ, ଦିଲିପ ସାହୁ, ପ୍ରଭାକର ଦାଶ ପ୍ରମୁଖ ଉପସ୍ଥିତ ଥିଲେ । ଏହି ବାତଜ୍ଵର ନିରାକରଣ ଅଭିଯାନରେ ସମସ୍ତେ ସହଯୋଗ କରିବା ସହ ଔଷଧ ସେବନ କଲେ ସରକାରଙ୍କ ଲକ୍ଷ ପୂରଣ ହେବ, ସମସ୍ତେ ଔଷଧ ସେବନ କରନ୍ତୁ ବୋଲି ବିଡ଼ିଓ ରଶ୍ମି ରଞ୍ଜନ ରାଉତ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.