- ଅଧିକାରୀଙ୍କୁ ଅଭିଯୋଗ କଲେ କହୁଛନ୍ତି ତୁମ ଗାଁ ଲୋକେ ବୁଝିବ
ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଝାରବନ୍ଧ ବ୍ଲକ ଅନ୍ତର୍ଗତ ବିଳାସପୁର ଗ୍ରାମ ଆଦିବାସୀ ଅଧ୍ୟୁଷିତ ଦାଦନ ପ୍ରବଣ ଅଞ୍ଚଳ । ପ୍ରତ୍ୟେକ ଘରକୁ ଜଳଯୋଗାଣ ପାଇଁ ସରକାର ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରୁଛନ୍ତି ହେଲେ ପ୍ରତିଦିନ ଘରକୁ ଜଳ ଯୋଗାଣ ହୋଇପାରୁନାହିଁ । ବସୁଧା ଯୋଜନା ଏଠି ବାଟବଣା ହୋଇଛି । ଏହିପରି ଦୃଶ୍ୟ ଦେଖିବା ମିଳିଛି ବିଳାସପୁର ଗ୍ରାମରେ । ଏଠି ମହାଲକ୍ଷ୍ମୀ ପୂଜା ମହୋତ୍ସବ ଚାଲିଥିଲା କିନ୍ତୁ ଗ୍ରାମ ଆଖପାଖର ନଳକୂପ ମଧ୍ୟ ଦୀର୍ଘ ଦିନରୂ ଅଚଳ ରହିଛି । ଜଳଯୋଗାଣ ମଧ୍ୟ ଠିକ୍ ଭାବରେ ହେଉନାହିଁ । ମହାଲକ୍ଷ୍ମୀଙ୍କ ପୂଜା ମହୋତ୍ସବରେ ଭକ୍ତଙ୍କ ପାଇଁ ଅନ୍ନଛତ୍ର ବ୍ୟବସ୍ଥା ଥିବା ସମୟରେ ଲୋକେ ପିଇବା ପାଣି ପାଇଁ ଡହଲ ବିକଲ ହେଉଥିଲେ । ଏସବୁ ଅସୁବିଧାର ଦେଖିବାକୁ ସାମ୍ବାଦିକମାନେ ସଙ୍ଗେ ସଙ୍ଗେ ମୋବାଇଲ ଫୋନରେ ଯୋଗାଯୋଗ କରିଥିଲେ ହେଲେ ଦାୟିତ୍ୱରେ ଥିବା ପ୍ରଧାନ ଜେଇ ମହାଶୟ କରିଥିଲେ ତୁମ ଗାଁ ଲୋକଙ୍କୁ ବୁଝନ୍ତୁ, ତୁମ ଗାଁ ଲୋକ ଜାଣିବ । କ’ଣ ପାଇଁ ପାଣି ବାହାରୁ ନାହିଁ ଯେ, ପାଣି ଚଳାଉଛି ତାକୁ ପଚାରନ୍ତୁ ବୋଲି କହିଥିଲେ । ସାମ୍ବାଦିକଙ୍କୁ ଏହି ପରି ବ୍ୟବହାରରେ କଥା କହୁଥିଲେ ସାଧାରଣ ଲୋକଙ୍କୁ କିପରି ବ୍ୟବହାର ଦେଖାଉଥିବେ ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଖବର ପ୍ରସାରଣ ପରେ ପ୍ରଶାସନ କେତେ ତତ୍ପର ହେଉଛି ତାହା ଦେଖିବାକୁ ବାକି ରହିଲା ।