om academy

ବିଶ୍ୱ ଧରିତ୍ରୀ ଦିବସରେ ବଟ ବୃକ୍ଷ ଲଗାଇଲେ ପ୍ରକୃତିପ୍ରେମୀ ଆଇନଜୀବୀ ହୃଷୀକେଶ ପାଢ଼ୀ

jsm

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡ଼ିଆ) : ବିଶ୍ୱ ଧରିତ୍ରୀ ଦିବସ ଅବସରରେ ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ଐତିହାସିକ ବେରବୋଇ ଗ୍ରାମ ସଂନିକଟ ବୋଲକଣା ଗ୍ରାମର ପରିବେଶବିତ ତଥା ସବୁଜ ଡେଲାଙ୍ଗ ଟ୍ରଷ୍ଟର ଅଧ୍ୟକ୍ଷ ଯୁବ ଆଇନଜୀବୀ ହୃଷୀକେଶ ପାଢ଼ୀ ନିଜ ଗ୍ରାମ ବଡ଼ପୋଖରୀ ହୁଡାରେ ବଟବୃକ୍ଷ ରୋପଣ କରି ଯୁବପିଢ଼ିଙ୍କୁ ପରିବେଶ ସୁରକ୍ଷାର ବାର୍ତ୍ତା ପ୍ରଦାନ କରି ଉଦାହରଣ ପାଲଟିଛନ୍ତି । ଏହି ବୃକ୍ଷ ଲଗା କାର୍ୟ୍ୟକ୍ରମରେ ଗ୍ରାମର ସୁକାନ୍ତ ସାମନ୍ତରାୟ ଓ କାର୍ତ୍ତିକ ବେହେରା ସହଯୋଗ କରିଛନ୍ତି । ଏହି ଅବସରରେ ଶ୍ରୀଯୁକ୍ତ ପାଢ଼ୀ ଧରିତ୍ରୀ ମାତାର ସୁରକ୍ଷା ପାଇଁ ଜୈବିକ ସାରର ପ୍ରୟୋଗ ସହିତ ଅଧିକରୁ ଅଧିକ ଗଛ ଲଗାଇବା ପାଇଁ ଜନସାଧାରଣଙ୍କୁ ନିବେଦନ କରିଛନ୍ତି । ରାସାୟନିକ ସାରକୁ ସର୍ବଦା ବର୍ଜନ ସହ ଜିଆ ଖତ ଓ ଗୋବର ଖତ ଜମିରେ ପ୍ରୟୋଗ କରି ଧରିତ୍ରୀ ମାତାର ସୁରକ୍ଷା ସହ ଫସଲ ଅମଳ କରିବା ଦିଗରେ ଗୁରୁତ୍ୱାରୋପ କରିଛନ୍ତି ।

Leave A Reply

Your email address will not be published.