ଆଦର୍ଶ ଗାଁରେ ବସୁଧା ଯୋଜନା ଫେଲ ମାରିଥିବା ଅଭିଯୋଗ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଦର୍ଶ ଗାଁରେ ବସୁଧା ଯୋଜନା ଫେଲ ମାରିଥିବା ଅଭିଯୋଗ ହେଉଛି । ସୂଚନା ଅନୁସାରେ ବରଗଡ ଜିଲ୍ଲା ପଦ୍ମପୁର ବ୍ଲକ ଦହିଗାଁ ଗ୍ରାମ ପଞ୍ଚାୟତର ବ୍ରାହ୍ମଣଡିହି ଗାଁକୁ ସରକାର ଆଦର୍ଶ ଗ୍ରାମ ଘୋଷଣା କରିଥିଲେ । ପ୍ରାୟ ୧୨୦୦ ଜନସଂଖ୍ୟା ବିଶିଷ୍ଟ ଏହି ଗାଁ କୁମୁଡିନାଲା ପାର୍ଶ୍ୱରେ ଅବସ୍ଥିତ । ନଦୀ କୂଳରେ ଥିବା ଏହି ଗ୍ରାମବାସୀ ଆଜି ତୃଷାର୍ଥ । ଦୀର୍ଘ ଏକ ବର୍ଷରୁ ଅଧିକ ହେବ ବସୁଧା ଯୋଜନାରେ ପ୍ରାୟ ୪୬ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ହେଉଥିବା ଏହି ଜଳଯୋଗାଣ ପ୍ରକଳ୍ପ ଅଧୁରା ହୋଇପଡ଼ିଛି । ମାର୍ଚ୍ଚ ପୂର୍ବରୁ ଏହି ପ୍ରକଳ୍ପ ଶେଷ ହୋଇ ଲୋକଙ୍କୁ ପିଇବା ପାଣି ଯୋଗାଇ ଦେବା କଥା ମାତ୍ର ଠିକାଦାରଙ୍କ ମନମାନି ହେଉ କି ବିଭାଗୀୟ ଅଧିକାରୀଙ୍କ ଅବହେଳା ହେଉ ପ୍ରକଳ୍ପ କାର୍ଯ୍ୟକାରୀ ହେବା ତ ଦୂରର କଥା ଏହାର ନିର୍ମାଣ କାର୍ଯ୍ୟ ମଧ୍ୟ ସରୁନାହିଁ । ଅପରପକ୍ଷରେ ନିର୍ମାଣ କରାଯାଇଥିବା ପ୍ରକଳ୍ପର ଜାଗା ଜଣେ ବ୍ୟକ୍ତିର ରୟତି ହୋଇଥିବାରୁ କାର୍ଯ୍ୟ ଅଗ୍ରଗତି ହେଉ ନ ଥିବା କିଛି ଲୋକ କହିଛନ୍ତି ।

Leave A Reply

Your email address will not be published.