oom

ସ୍ୱର୍ଗତ ବାସୁଦେବ ନାୟକଙ୍କ ଶ୍ରଦ୍ଧାଞ୍ଜଳି ସଭା

jsmm

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲାର ଜଣାଶୁଣା ସମାଜସେବୀ ତଥା ରାଉରକେଲା ଯାଦବ ସମାଜର ଦକ୍ଷ ସଂଗଠକ ସ୍ୱର୍ଗତ ବାସୁଦେବ ନାୟକଙ୍କ ଏକାଦଶାହ ଅବସରରେ ଏକ ଶ୍ରଦ୍ଧାଞ୍ଜଳି ସଭା ବିଦ୍ୟାଧର ବାରିକ ମେମୋରିଆଲ ଟ୍ରଷ୍ଟ ପକ୍ଷରୁ ସେକ୍ଟର ୧୪ସ୍ଥିତ ଲକ୍ଷ୍ମୀନାରାୟଣ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହେଇଯାଇଛି । ଟ୍ରଷ୍ଟର ପରିଚାଳନା ଟ୍ରଷ୍ଟି ମନୋଜ ବାରିକଙ୍କର ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ରାଉରକେଲା ମଜଦୂର ସଭାର ସଭାପତି ଶଶଧର ନାୟକ, ସାଧାରଣ ସମ୍ପାଦକ ଅକ୍ଷୟ ନାୟକ, ଉପ ସାଧାରଣ ସମ୍ପାଦକ ଖଗେନ୍ଦ୍ର ବେହେରା, ଶ୍ରଦ୍ଧା ଅନୁଷ୍ଠାନର ମୁଖ୍ୟ କାର୍ତ୍ତିକ ପାଣ୍ଡବ, ହିନ୍ଦ ମଜ଼ଦୂର ସଭାର ଯୁବ ନେତା ପ୍ରମୋଦ ଦାସ, ରାଜକନିକା ବିକାଶ ମଞ୍ଚର ରଶ୍ମିତ ସାହାଣୀ, ସାମ୍ବାଦିକ ସତ୍ୟାନନ୍ଦ ବେହେରା, ରାଉରକେଲା ଯାଦବ ସମାଜର କାଳନ୍ଦୀ ବାରିକ ପ୍ରମୁଖ ଯୋଗ ଦେଇ ବାସୁଦେବ ନାୟକଙ୍କର କର୍ମମୟ ଓ ସାମାଜିକ ସେବା ଅବଦାନ ସପର୍କରେ ଆଲୋଚନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ରାଉରକେଲା ଶ୍ରମିକ ବିଦ୍ୟାପୀଠର ତାଙ୍କର ପୁରାତନ ସହକର୍ମୀ, ରାଉରକେଲା ଯାଦବ ସମାଜ, ରାଜକନିକା ବିକାଶ ମଞ୍ଚର ଅନେକ କର୍ମକର୍ତ୍ତାମାନେ ଯୋଗଦେଇ ସ୍ୱର୍ଗତ ନାୟକଙ୍କୁ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ । ଶେଷରେ ତାଙ୍କର ସୁପୁତ୍ରଗଣ ସନ୍ତୋଷ ନାୟକ, ହିମାଂଶୁ ନାୟକ, ମୃତୁଞ୍ଜୟ ନାୟକ ସ୍ମୃତି ସଭାର ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.